ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗଙ୍କ ପାଇଁ ୧,୩୮, ୭୦୦ କୋଟି

Uncategorized

ନୂଆଦିଲ୍ଲୀ: ମୋଦି-୨ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ହାତ ଖୋଲା ବ୍ୟୟବରାଦ କରିଛନ୍ତି। ଏହି ୩ ବର୍ଗର ବିକାଶ ପାଇଁ ୨୦୨୦-୨୧ ବଜେଟରେ ମୋଟ ୧,୩୮ ୭୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିକାଶ ପାଇଁ ବଜେଟରେ ୮୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ସେହିପରି ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଣ୍ଠି ବାବଦକୁ ୫୩,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ବଜେଟରେ ୯,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।ଭାରତ ଆଦିବାସୀ ସଂସ୍କୃତି ସାରା ବିଶ୍ୱରେ ଭିନ୍ନ। ଏଥିପାଇଁ ସରକାର ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆଦିବାଦୀ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।”