ଶିକ୍ଷା ନୈତିକ ଚରିତ୍ରର ବିକାଶ ଘଟାଇବାର ମୂଳ ଲକ୍ଷ୍ୟ

Uncategorized ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

ଯାଜପୁର : ଶିକ୍ଷା ଚରିତ୍ର ଭିତିକ ନହେଲେ ସମାଜ ବିପର୍ଯ୍ୟସ୍ତ ହୋଇପଡ଼ିବ । ମନ, ବୁଦ୍ଧି ଓ ଆତ୍ମାର ବିକାଶ ହିଁ ଶିକ୍ଷା ବୋଲି ବିଶିଷ୍ଠ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନଦ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟକ ଭାବେ ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ଉତ୍ସବକୁ ଉଦ୍ଘାଟ କରିଥିଲେ । ଉଦ୍ଘାଟନୀ ଅଭିଭାଷଣରେ ଛାତ୍ରଛାତ୍ରୀମାନେ କିପରି ସୁନାଗରୀକ ହୋଇ ପାରିବେ ସେ ସମ୍ପର୍କରେ ସୂଚନା ଦେବା ସହିତ ବିଦ୍ୟାର୍ଥୀ ମାନଙ୍କର ମା’ ବାପା ହେଉଛନ୍ତି ପ୍ରଥମ ଶିକ୍ଷକ ଓ ଭଗବାନ ସଦୃଶ ବୋଲି ସୂଚନା ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ଭକ୍ତି ଜ୍ଞାନ ଉଦ୍ରେକ ହେବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ତପନ ମହାରଣ୍ୟଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୁର୍ବତନ ପୈାରପାଳ ଯଯାତି କେଶରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୈତିକ ଚରିତ୍ର ବିକାଶ ନିମନ୍ତେ ନିରନ୍ତନ ପ୍ରୟାସ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ମାନବିକତାର ପରିପ୍ରକାଶ ହେଉଛି ଶିକ୍ଷା, ମଣିଷ ଭିତରେ ମାନବିକତା ରହିଥିଲେ ମଧ୍ୟ ତାହାର ଅଭିଭକ୍ତି ଘଟିବା ଆବଶ୍ୟକ ରହିଛି । ମନ, ବୁଦ୍ଧି ଓ ଆତ୍ମାର ବିକାଶ ଘଟିଲେ ପୂର୍ଣ୍ଣାଙ୍ଗ ଶିକ୍ଷା ହୋଇଥାଏ ବୋଲି ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସମୟାନୁବର୍ତିତା ଓ ଚରିତ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ । ସମାଜରେ ଭଲ ମଣିଷର ଅଭାବ ଥିବା ବେଳେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂସ୍କାରିତ ହୋଇ ସତ୍ ଚରିତ୍ର ଗଠନ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।

ମୁଖ୍ୟବକ୍ତା ଭାବେ ଯଜ୍ଞପ୍ରଭାର ସମ୍ପାଦକ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ ଗୁରୁଶିଷ୍ୟଙ୍କ ସମ୍ପର୍କ ଉପରେ ଆଲୋକପାତ କରିବା ସହିତ ଶିକ୍ଷା ଚରିତ୍ର ଭିତିକ ନହେଲେ ସମାଜ ବିପର୍ଯ୍ୟସ୍ତ ହେବ ବୋଲି ପ୍ରକାଶ କରିବା ସହିତ ନୈତିକ ଚରିତ୍ର ବିକାଶ ପାଇଁ ପରାମର୍ଶ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟା ପ୍ରଭାତି ବେହୁରା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ସମ୍ପାଦକ ଅଭିମନ୍ୟୁ ମିଶ୍ର ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ । ସ୍କୁଲର ଛାତ୍ରୀ ନୃତ୍ୟ ମାଧ୍ୟମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ତରଣୀ ମହାରଣ୍ୟ ଧନ୍ୟବାଦ ଦେଇଥିଲେ । (ଫଟୋ ଅଛି)