ମହାନଗର ମହୋତ୍ସବର ତୃତୀୟ ସନ୍ଧ୍ୟା। ଦୁର୍ନୀତି ବିରୁଦ୍ଧ ରେ ଶୁନ୍ୟ ସହନ ଶୀଳତା ଚାଲିଛି

Uncategorized

ବ୍ରହ୍ମପୁର : ସରକାରଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ବିରୋଧରେ ଶୁନ୍ୟ ସହନ ଶୀଳ ନୀତି ଅବଲମ୍ବନ କରାଯାଉଛି।ଏଥିରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତି, ପ୍ରଶାସକ, ରାଜନେତା କେହି ବି ବର୍ତ୍ତି ପାରିବେନି। ବର୍ତ୍ତମାନ ସରକାର ଏକ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଦେବା ପାଇଁ ତତ୍ପର।ଆଜି ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ତୃତୀୟ ଦିନ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ।ଭିଜିଲାନ୍ସ ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢୀ ମତ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗ ଦେଇ କଳା ଓ ସଂକୃତି ର ଏହା ସମାବେଶ ବୋଲି କହିଥିଲେ। କାର୍ଯ୍ୟକ୍ରମ ର ଅନ୍ୟତମ ସମ୍ମାନିତ ଅତିଥି ତଥା ସମ୍ବାଦ କଳିକା ଦକ୍ଷିଣ ଓଡ଼ିଶା ମୁଖ୍ୟ ସାମ୍ବାଦିକ ଶାନ୍ତନୁ କୁମାର ରଣା ଯୋଗ ଦେଇ ନକରାତ୍ମକ ରୁ ସକାରାତ୍ମକ ଦିଗ କୁ ନେଉଥିବା ଜିନିଷ କୁ କଳା କୁହାଯାଏ ବୋଲି କହିବା ସହ କଳାକାର ହେଉଛି ଈଶ୍ୱର ଙ୍କ ପ୍ରକୃତ ସନ୍ତାନ ବୋଲି କହିଥିଲେ।ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ ରେ ମହୋତ୍ସବର ସଭାପତି ନାରାୟଣ ମହାଙ୍କୁଡ଼ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକର୍ଯ୍ୟ ରେ ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ କୋଷଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟତମ ଅତିଥି ପୂର୍ବତନ ବିଡିଏ ଅଧକ୍ଷ ସୁବାସମହାରଣା ଆୟୋଜକ ସଂସ୍ଥା କୁ ଭୁୟସୀ ପ୍ରସଂଶା କରିଥିଲେ।ମଧୁମେୟ ବିଶେଷଜ୍ଞ ଡ଼.ସୁନୀଲ କୋଟା ମନୋରଂଜନ ଦ୍ୱାରା ରୋଗ ଉପଶମ ହେଇପାରିବ ବୋଲି କହିବା ସହ ଏହି କାର୍ଯ୍ୟକ୍ରମ କୁ ସମସ୍ତେ ଉପଭୋଗ କରନ୍ତୁ ବୋଲି କହିଥିଲେ।,ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା , ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା,ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ମହୋତ୍ସବ ର ଉପଦେଷ୍ଟା ମନୋଜ କାନ୍ତ ଦାସ,ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ, ସୁରଜିତ କୁମାର ପଣ୍ଡା,ଗୌରାଙ୍ଗ ଚୌଧୁରୀ,ସନତ ପଣ୍ଡା,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ,ଶିକ୍ଷାବିତ ପ୍ରଶାନ୍ତ ଦାସ ,ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ଜିବିବିଏସଏ ର ସଭାପତି ଆନନ୍ଦ ମହାଙ୍କୁଡ଼,ସମ୍ପାଦକ ଦୁର୍ଗା ଚନ୍ଦ୍ର ଶତପଥୀ, ପରିଚାଳନା ସମ୍ପାଦକ ଏସ. ଧର୍ମା ଆଚାରି, ଜୁନିୟର ମିଷ୍ଟର ଇଣ୍ଡିଆ ବିଜେତା କିଶୋର ଚନ୍ଦ୍ର ବିଷୋୟୀ, ସିନିୟର ମିଷ୍ଟର ଇଣ୍ଡିଆ ବିଜେତା ଉଦୟ ମଲ୍ଲିକ, ଇଣ୍ଟର ନ୍ୟାସନାଲ ଡାଇମଣ୍ଡ କପ ବିଜେତା ଆତିଶ ମାଲୋ ଙ୍କୁ ମହୋତ୍ସବ ଖୋଲା ମଂଚ ରେ ସମ୍ମାନିତ କରାଯାଇଥିଲା । ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମମହୋତ୍ସବ ର ତୃତୀୟ ସଂଧ୍ୟା ରେ ବ୍ରହ୍ମପୁର ନୁପୁର ଅନୁଷ୍ଠାନ ଦ୍ୱାରା ଓଡିଶୀ ନୃତ୍ୟ, ବ୍ରହ୍ମପୁର କଳାଞ୍ଜଳି ଆର୍ଟିଷ୍ଟ ତରଫରୁ ଆଧୁନିକ ନୃତ୍ୟ, ତ୍ରିପୁରା ସ୍ମୃତି କଳାକେନ୍ଦ୍ର ମାନଙ୍କ ଦ୍ୱାରା ପୁରାତନ ଗୀତ ଆଧାରରେ ଆଧୁନିକ ନୃତ୍ୟ, ଏସଏଭି ସ୍କୁଲ ପକ୍ଷରୁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ , ବ୍ରହ୍ମପୁର ସୋସିଏଲ ଫିଟନେସ ଗ୍ରୁପ ତରଫରୁ ମହିଳା ମାନଙ୍କ ଦ୍ୱାରା ହେଲଥ ଆଣ୍ଡ ଫିଟନେସ ସୋ , ଓ ବ୍ରହ୍ମପୁରର କଣ୍ଠ ଶିଳ୍ପୀଙ୍କ ଦ୍ୱାରା ଟ୍ରାକ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିସହ ବ୍ରହ୍ମପୁର ବୋଡି ବିଲ୍ଡିଂଗ ସୋ ପକ୍ଷରୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା।ଅନ୍ୟପଟେ ମହୋତ୍ସବ ର ତୃତୀୟ ଦିନର ଅପରାହ୍ନରେ ଗଞ୍ଜାମ ପିତଳ ସ୍ଥିତ ରାମଚନ୍ଦ୍ର ପୁର ଓଡ୍ର ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କବି କବୟିତ୍ରୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ। ଏହା ସହ ବିଶିଷ୍ଟ କବି ମାନଙ୍କୁ ମଂଚ ରେ ସମ୍ମାନିତ କରାଯାଇଥିଲା। ଏହି ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟଲ। ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି। ଆୟୋଜିତ ଏହି ମହୋତ୍ସବ କୁ ପ୍ରଶାନ୍ତ ଦାସ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା, ମିହିର ତ୍ରିପାଠୀ, ,ସୂର୍ଯ୍ୟ ନାରାୟଣ ଦାସ,ସୁଦୀପ ସାହୁ, କାର୍ତ୍ତିକ ପାଣିଗ୍ରାହୀ, ସରୋଜ କୁମାର ମହାନ୍ତି,ରଞ୍ଜିତ କୁମାର ନନ୍ଦ,କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।