କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି। ପରିବହନ ମନ୍ତ୍ରୀ କଟକ ଓ ଭୁବନେଶ୍ୱରରେ ବସ୍‌ ଗଡ଼ିବ ବୋଲି ସୂଚନା ଦେବା ସହିତ ସରକାରୀ ବସ୍‌ ସେବା କେବଳ ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଉପଲବ୍ଧ କରାଉଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସରକାରୀ କର୍ମଚାରୀଙ୍କ ଅଫିସ ସମୟରେ ଏହି ଗୋଟିଏ ବସ୍‌ ଚଳାଚଳ କରିବ । ଯାତ୍ରା ସମୟରେ ସରକାରୀ କର୍ମଚାରୀଙ୍କୁ ୩୦ଟଙ୍କା ଦେବାକୁ ପଡିବ

ଗ୍ରୀନ୍‌ ଜୋନ୍‌ରେ ଗଡିବ ବସ୍‌, ଯାତ୍ରୀ ଦେବେ ଦୁଇଗୁଣା ଭଡ଼ା

#ଗ୍ରୀନ୍‌_ଜୋନ୍‌ରେ_ଗଡିବ_ବସ୍‌,_ଯାତ୍ରୀ_ଦେବେ_ଦୁଇଗୁଣା_ଭଡ଼ା                  ଭୁବନେଶ୍ୱର  :  ଲକଡାଉନ  କଟକଣା କୋହଳ ହେବା ପରେ ରାଜ୍ୟ ସରକାର ଯାତ୍ରୀ ପରିବହନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। କେବଳ ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି। ବସ୍‌ଗୁଡ଼ିକ କିପରି ଚାଲିବ, ଭଡ଼ା କେତେ ହେବ ସେ ନେଇ ପରିବହନ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। […]

Continue Reading