ୱାସିଂଟନ୍‌ରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଆମେରିକାରେ ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଛି। ଫ୍ଲୋରିଡ଼ା ଏବଂ ୱାସିଂଟନ୍‌ରେ ଏବେ ଜରୁରୀ ସ୍ବାସ୍ଥ୍ୟ ସ୍ଥିତି ଘୋଷଣା ହୋଇଛି। ବ୍ରିଟେନ୍‌ ମଧ୍ୟ କରୋନା ମୁକାବିଲା ପାଇଁ ଆଜି ଅନେକ କଟକଣା ଜାରି କରିଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଭାଇରସ୍‌ ମୁକାବିଲା ଦିଗରେ ଜରୁରୀ ବୈଠକ କରିବା ସହ ‘ଆକ୍ସନ୍‌ ପ୍ଲାନ୍‌’ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଏବେ ଭିସା କଟକଣାକୁ ଗୁରୁତ୍ବ ଦେବା ସହ ବିମାନ ବନ୍ଦରରେ ଯାଞ୍ଚ କଡ଼ାକଡ଼ି କରିଛନ୍ତି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮

#ଦେଶରେ _ରୋନା_ଆକ୍ରାନ୍ତଙ୍କ_ସଂଖ୍ୟା ୨୮   ନୂଆଦିଲ୍ଲୀ : ଭାରତରେ ବଢ଼ୁଛି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା। ବିଭିନ୍ନ ରାଜ୍ୟରେ ଚିହ୍ନଟ ହେଉଛନ୍ତି କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରେ ଅଧିକାଂଶ ବିଦେଶରୁ ସଂକ୍ରମଣ ଆଣିଥିବା ଅନୁମାନ କରାଯାଉଛି।  ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ  ଡା.ହର୍ଷ ବର୍ଦ୍ଧନ ପରିସ୍ଥିତିର ସମୀକ୍ଷା କରିବା ସହ ଏଯାବତ୍ ଭାରତରେ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଘୋଷଣା କରିଛନ୍ତି। ତେବେ ଏଥି ମଧ୍ୟରେ  ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା କେରଳର ରୋଗୀ […]

Continue Reading