ମେଗା ସ୍ବାସ୍ଥ୍ୟସେବା ଆୟୋଜିତ 

ଗଞ୍ଜାମ ଓଡିଶା ଜିଲ୍ଲା ରାଜ୍ୟ

#ମେଗା_ସ୍ବାସ୍ଥ୍ୟସେବା_ଆୟୋଜିତ  କୋଦଳା : ଗଞ୍ଜାମ ଜିଲ୍ଳା କୋଦଳା ଏନଏସି ପୁରୁଣା ବଜାର ସ୍ଥିତ ଜଗନ୍ନାଥ ମନ୍ଦୀର ସମ୍ମୁଖ ରେ ଗଣେଶ ଯୁବକ ସଙ୍ଘ ଆନୁକୂଲ୍ୟରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷ୍ଯୁ ଚିକିଛାଳୟ ସହାୟତା ରେ ଚକ୍ଷ୍ଯୁପରିକ୍ଷ୍ୟା କରାଯାଇଥିବା ବେଳେ ଭୁବନେଶ୍ୱର ଆଇ ଆଇ ଆର ଏସ ସଙ୍ଘ ସହାୟତା ରେ ମୂକ ଓ ବଧିର ରୋଗୀ ମାନଙ୍କ ଚିକିଛା ସହିତ ବ୍ରହ୍ମପୁର ବଡମେଡିକାଲ ସହାୟତା ରେ ରକ୍ତ ସଂଗ୍ରହ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯକ୍ରମ କୁ ଗଞ୍ଜାମ ଜିଲ୍ଲାପାଳ , ଆରକ୍ଷୀ ଅଧୀକ୍ଷକ ଯୋଗଦାନ କରିବାକୁ କହିଥିଲେ କିନ୍ତୁ କୌଣଷି କାରଣ ବଶତଃ ସେମାନେ ଆସିପାରି ନ ଥିଲେ ।ଗଣେଶ ଯୁବକ ସଙ୍ଘ ସଭାପତି ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ପୌରହିତ୍ୟ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭିଜିଲାନ୍ସ ଶାନ୍ତନୁ କୁମାର ପାଢ଼ୀ ,ସମ୍ମାନନିୟ ଅତିଥି କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ,ବିଡିଓ ବେଦବର ପ୍ରଧାନ , ଆଇଆଇଆରଏସ ଅନୁଷ୍ଠାନ ଡକ୍ଟର ବିଷ୍ଣୁ ପ୍ରିୟ। ମିଶ୍ର, ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ପ୍ରଥମେ ସମସ୍ତ ବିଭାଗ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ରକ୍ତଦାନ କରୁଥିବା ବ୍ୟକ୍ତିଙ୍କ ସହିତ ଆଲୋଚନା କରିଥିଲେ । ପରେ ଏକ ସୁ ସଜ୍ଜିତ ମଞ୍ଚ ରେ ପଦାର୍ପଣ କରି ଜଗନ୍ନାଥଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ୱଳନ କରି ଆୟୋଜକ ଗଣେଶ ଯୁବକ ସଙ୍ଘ ର କାର୍ଯ୍ୟକର୍ତ୍ତା ଙ୍କୁ ସାଧୁବାଦ ଜଣାଇବା ସହିତ ସହାୟତା କରୁଥିବା ଅନୁଷ୍ଠାନ କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।”ମାନବ ସେବା ହିଁ ମାଧବ ସେବା ” “ରକ୍ତ ଦାନ ମହତ ଦାନ “ଏମିତି ବିଭିନ୍ନ ଉଦାହରଣ ଦେଇ ରୋଗୀ ଏବଂ ରକ୍ତ ଦାନ କରିଥିବା ବଦାନ୍ୟ ବ୍ୟକ୍ତିଙ୍କୁ ସମ୍ବୋର୍ଦ୍ଧୀତ କରିଥିଲେ ।

ଅତିଥି ମାନଙ୍କୁ ସଙ୍ଘ କାର୍ଯ୍ୟକର୍ତ୍ତା ଉତ୍ତରୀୟ , ପୁଷ୍ପଗୁଛ ଓ ଉପଢୌକନ ଦେଇ ଥିବା ବେଳେ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।ଏହି ଅବସର ରେ ଶିକ୍ଷାବିତ ଇ.ରାମଚନ୍ଦ୍ର ପାତ୍ର ,ପ୍ରକାଶ ଚନ୍ଦ୍ର ପାତ୍ର , ସରୋଜିନୀ ବ୍ରହ୍ମା , ସଙ୍ଗୀତକାର ସୁରେନ୍ଦ୍ର ବାଡତ୍ଯା , ଅଶୋକ ମୁନି , ଦାସକାଠିଆ ଗାୟକ  ରଘୁନାଥ ମହାରଣା ,ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅତିଥି ମାନଙ୍କ ଦ୍ଵାରା ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ଏଥିରେ ଚକ୍ଷୁ ପରଳ ଚିକିତ୍ସା ପାଇଁ ସର୍ବ ମୋଟ ୧୪୯ ରୋଗୀ ଆସିଥିବା ବେଳେ୧୪ ଜଣଙ୍କୁ ଚଷମା ,୬୧ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ସମରଝୋଳ ଶଙ୍କର ଚିକିଛାଳୟ କୁ ପଠାଯାଇଥିବା ଜଣାପଡ଼ିଛି ।ସେହିପରି ଶତାଧିକ ମୂକ ବଧିର ରୋଗୀଙ୍କୁ ଚିକିଛା କରି ୭୦ ଜଣ ରୋଗୀଙ୍କୁ ଆଇଆଇଆରଏସ ଅନୁଷ୍ଠାନ କୁ ପଠାଇ ଦିଆଯାଇଛି ଓ ୭୦ ଇଉନିଟ ରକ୍ତ ସଂଗ୍ରହ କରି ବ୍ରହ୍ମପୁର ରକ୍ତ ଭଣ୍ଡାର କୁ ପଠାଇ ଦିଆଯାଇଥିବା ସଭାପତି ପ୍ରକାଶ କରିଛନ୍ତି ।ସଙ୍ଘ ସମ୍ପାଦକ ମନୋରଞ୍ଜନ ଡାକୁଆ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ପୂର୍ବତନ ସଭାପତି ଅଶ୍ଵିନୀ କୁମାର ସାହୁ , ବଦ୍ରି ନାରାୟଣ ପାତ୍ର , ଗଗନ ପ୍ରାମାଣିକ , ସୁଧା ନାୟକ , ପ୍ରଶାନ୍ତ ମହାନ୍ତି , ଚନ୍ଦନ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ ।