ସାମାଜିକ ଦୂରତ୍ୱ ବିଫଳ, ବନ୍ଦ ହେବ ଗ୍ରୋସରୀ ଦୋକାନ , ଘରେ ପହଞ୍ଚିବ ସାମଗ୍ରୀ

ସାମାଜିକ ଦୂରତ୍ୱ ବିଫଳ, ବନ୍ଦ ହେବ ଗ୍ରୋସରୀ ଦୋକାନ , ଘରେ ପହଞ୍ଚିବ ସାମଗ୍ରୀ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ସାମାଜିକ_ଦୂରତ୍ୱ_ବିଫଳ,_ବନ୍ଦ_ହେବ_ଗ୍ରୋସରୀ_ଦୋକାନ          କେନ୍ଦ୍ରାପଡା : ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ୨୧ ଦିନିଆ ଲକ ଡାଉନ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲେ ମଧ୍ୟ ଗ୍ରୋସରୀ ଦୋକାନ ମାନଙ୍କରେ ଅସମ୍ଭବ ଭିଡ ହେତୁ ଏହି ବ୍ୟବସ୍ଥା ବିଫଳ ହୋଇ ଥିବା ଦେଖିବାକୁ ମିଳିଛି । ଏହି ବ୍ୟତିକ୍ରମ ଜିଲ୍ଲା ପ୍ରଶାସନ ନଜରକୁ ଆସିବା ପରେ ପୈାରାଞ୍ଚଳରେ ଭିଡ ହଟାଇବା ପାଇଁ ଗ୍ରୋସରୀ ଦେକାନ ବନ୍ଦ କରାଯିବା ପାଇଁ ନିଷ୍ପତି ନିଆଯାଇଛି । କେନ୍ଦ୍ରାପଡା ଟାଉନରେ ଥିବା ୬୬ଟି ଗ୍ରୋସରୀ ଦେକାନ ଚାହିଦା ମୁତାବକ ସାମଗ୍ରୀ ଘରେ ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । କରୋନା ପାଇଁ ଜିଲ୍ଲା ଲକଡାଉନ ଥିଲାବେଳେ ଗ୍ରୋସରୀ ଦୋକାନ ରେ ଅହେତୁକ ଭିଡ ହେଉଥିବାର ଦେଖିବାକୁ ମିଳିଛି । ଏହି ଭିଡକୁ କମ କରିବା ପାଇଁ ଦୋକାନ ଗୁଡିକ ଅର୍ଡର ମୁତାବକ ଜନ ସାଧାରଣଙ୍କ ଘରେ ସାମଗ୍ରୀ ପହଞ୍ଚାଇବ ବୋଲି ଜିଲ୍ଲା ପ୍ରଶାସନ ନିିଷ୍ପତି ନେଇଛି । ଏହି ନିଷ୍ପତି ମୁତାବକ ନିଜ ନିଜ ଅଞ୍ଚଳରେ ଥିବା ଗ୍ରୋସରୀ ଦୋକାନ ଗୁଡିକର ମୋବାଇଲ ନଂ ଡାକବାଜି ଯନ୍ତ୍ର ଯୋଗେ ଏବଂ ବ୍ୟାନର ଯୋଗେ ଗ୍ରାହକ ମାନଙ୍କୁ ଜଣାଇ ଦିଆଯିବ । ଗ୍ରାହକ ମାନେ ଉକ୍ତ ମୋବାଇଲ ନଂ ରେ ନିଜ ଆବଶ୍ୟକ ମୁତାବକ ଦୋକାନୀ କୁ ଅର୍ଡର ଦେଲେ ଗ୍ରୋସରୀ ଦୋକାନୀ ତାଙ୍କ ଘରେ ସାମଗ୍ରୀ ଯୋଗାଇ ତାର ମୁଲ୍ୟ ଗ୍ରହଣ କରିବେ । ଏହାଦ୍ୱାରା ଭିଡ କମିବା ସହିତ କରୋନା ସଂକ୍ରମଣରୁ ରକ୍ଷା କରାଯାଇ ପାରିବ ।