ସଟଡାଉନ ପ୍ରଭାବରେ ଜନ ଶୂନ୍ୟ ହେଲା କେନ୍ଦ୍ରାପଡା ସହର

ସଟଡାଉନ ପ୍ରଭାବରେ ଜନ ଶୂନ୍ୟ ହେଲା କେନ୍ଦ୍ରାପଡା ସହର

ଜିଲ୍ଲା କେନ୍ଦ୍ରାପଡା

#ସଟଡାଉନ_ପ୍ରଭାବରେ_ଜନ ଶୂନ୍ୟ_ହେଲା_କେନ୍ଦ୍ରାପଡା_ସହର         କେନ୍ଦ୍ରାପଡା    :  ଓଡିଶାରେ କରୋନା ଭୂତାଣୂ ସଂକ୍ରମିତଙ୍କ ସଂଖ୍ୟା ବଢୁ ଥିବାରୁ ଏହାକୁ ନେଇ ରାଜ୍ୟ ସରକାର ନିଷ୍ପତି
ନେଇଥିବା ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ସଟ୍ଡାଉନ ଘୋଷଣା କରାଯାଇଛି । ଏହି ୧୧ଟି ଜିଲ୍ଲା ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଂଚଳରେ କରୋନଇ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ଏନେଇ ଡାକ ବାଜି ଯନ୍ତ୍ର ଯୋଗେ କଟକଣା ପ୍ରଚାର କରିବା ପରେ ଶନିବାର ଏହା କଡାକଡି ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ସହର ର ମୁଖ୍ୟ ରାସ୍ତା ଜନଶୂନ୍ୟ ଥିବାବେଳେ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କ ସଂଖ୍ୟା ମଧ୍ୟ ବହୁତ କମ ଦେଖିବାକୁ ମିଳିଛି । ଦୈନିକ ପ୍ରାୟ କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂପୁର ଜିଲ୍ଲାରୁ ଶହ ଶହ ରୋଗୀ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ଆସି ଚିକିତ୍ସା ହେଉଥିବା ବେଳେ ଶନିବାର ରୋଗୀଙ୍କ ସଂଖ୍ୟା ମଧ୍ୟ କମ ଥିବାର ଦେଖିବାକୁ ମିଳିଛି ।