ଧର୍ମଗଡ଼ରେ ପ୍ରଶାସନ ତରଫରୁ ଚଢାଉ : ୪୬୦କ୍ଵିଣ୍ଟାଲ ଧାନ ଜବତ

ଧର୍ମଗଡ଼ରେ ପ୍ରଶାସନ ତରଫରୁ ଚଢାଉ : ୪୬୦କ୍ଵିଣ୍ଟାଲ ଧାନ ଜବତ

ଜିଲ୍ଲା ଓଡିଶା କଳାହାଣ୍ଡି

#ଧର୍ମଗଡ଼ରେ_ପ୍ରଶାସନ_ତରଫରୁ_ଚଢାଉ  ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରବିବାର ୪୬୦କ୍ଵିଣ୍ଟାଲ ଧାନ ଜବତ ହୋଇଛି। ଧର୍ମଗଡ଼ ଉପଜିଲାପାଳ ପଦ୍ମନାଭ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  କଲମପୁର ବିଡ଼ିଓ, କଲମପୁର ତହସିଲଦାର, ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ଜୁନାଗଡ଼ ଆରଏମସି ସେକ୍ରେଟାରୀ, ଜୟପାଟଣା ତହସିଲଦାର,ଏସିଏସଓ ଧର୍ମଗଡ଼ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ ।ଏହି ଟିମ୍ କଲମପୁରର ଦେବୁ ଜୈନ ଘର ସାମନା ଏକ ଗାଡିରୁ ୭୬କ୍ଵିଣ୍ଟାଲ, ଜୟପାଟଣା ଅମିତ ଅଗ୍ରୱାଲ ଘରୁ ୯୬କ୍ଵିଣ୍ଟାଲ, ଲଡୁଗାଁ ଅନିଲ ଅଗ୍ରୱାଲ ଘରୁ ୨୦୦କ୍ଵିଣ୍ଟାଲ, ବେହେରାରୁ ଲଡୁଗାଁ ଯାଉଥିବା ଏକ ଗାଡିରୁ ୨୮କ୍ଵିଣ୍ଟାଲ ଜବତ କରିଛି। ଜବତ ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।