୩ ପିଇଓଙ୍କୁ ନିଲମ୍ବିତ କଲେ ନୟାଗଡ଼ ଜିଲ୍ଲାପାଳ

ଓଡିଶା ଜିଲ୍ଲା ନୟାଗଡ଼ ରାଜ୍ୟ

ନୟାଗଡ଼ :  ( ହୁଶେନ ଖାଁ )ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା ପାଇଁ ନୟାଗଡ଼ ଜିଲ୍ଲାର ୩ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । ଏହି ତିନିଜଣ ହେଲେ ଭାପୁର ବ୍ଲକ ଗୋଳାପୋଖରୀ ପିଇଓ କୃଷ୍ଣଚନ୍ଦ୍ର ମଲ୍ଲିକ,ରଣପୁର ବ୍ଲକ କେରେଣ୍ଡାକାଣ୍ଡି ପିଇଓ ବିଜୟ ବେହେରା ଓ ରଣପୁର ବ୍ଲକ ବ୍ରଜରାଜପୁର ପିଇଓ ସୂର୍ଯ୍ୟମଣି ସ୍ୱାଇଁ । ତଦନ୍ତ ପରେ ସେମାନଙ୍କ ବିରୁଦ୍ଧରେ ପ୍ରମାଣ ଆଧାରରେ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି ।