୨୪ ଘଣ୍ଟା ଭିତରେ ଧାନ ବିକିଥିବା ଚାଷୀଙ୍କ ଜମାଖାତାକୁ ପଠାଯିବ ଟଙ୍କା : ଜିଲ୍ଲାପାଳ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଏକ ବୈଠକରେ ଅଧ୍ୟକ୍ଷତା କରି ଉପସ୍ଥିତ ଥିବା ଜିଲ୍ଲାର ୧୧୬ଟି ସୋସାଇଟିର ସଂପାଦକ ଏବଂ ମିଲର ମାଲିକ ଏବଂ ସମସ୍ତ ବ୍ଲକର ଏମ୍.ଆଇ ମାନଙ୍କୁ ଚାଷୀମାନେ କିଭଳି ମଣ୍ଡିରେ ଧାନ ସୁରୁଖୁରୁରେ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରିବା, ଧାନ ଦେବାପରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ୨୪ ଘଂଟା ମଧ୍ୟରେ ଧାନର ମୂଲ୍ୟ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସୋସାଇଟି ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରିନାହାଁନ୍ତି ତୁରନ୍ତ ସେମାନେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୋସାଇଟିରୁ ଜମା ରହିଥିବା ଧାନ ଗୁଡିକୁ ମିଲରମାନେ ତୁରନ୍ତ ଉଠାଇବା ପାଇଁ ଜିଲ୍ଲାପାଳ ତାଗିଦା କରିଥିଲେ । ଏହି ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ବିଭିନ୍ନ ସମବାୟ ସମିତି ବୁଲି ଧାନ ସଂଗ୍ରହର ଅଗ୍ରଗତି ସଂପର୍କରେ ତଦାରଖ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଏଆର୍ସିଏସ୍ ଅଶୋକ ବେହେରା, ଆର୍.ଏମ୍.ସି ସଂପାଦକ ଅଜୟ ରାଉତଙ୍କ ସହିତ ଚଉଦକୁଲାଟ ସୋସାଇଟିର ସଂପାଦକ ହେମନ୍ତ ପାତ୍ର, ବାରୁଅର ଶ୍ରୀହସ ମହାନ୍ତି, କୁତରଙ୍ଗର ବୈରାଗୀ ଚରଣ ସାହୁ, କୁହୁଡିର ସେକ୍ ସକିଲ୍, ଭରତପୁରର ସୁବୋଧ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।