ସିଆରପିଏଫ ଯବାନ ନିଖୋଜ, ଥାନାରେ ମାମଲା

ଜିଲ୍ଲା ରାଜ୍ୟ ରାୟଗଡା

ରାୟଗଡା: ସିଆରପିଏଫ ୪ର୍ଥ ବାଟାଲିୟନ ଜନୈକ ଯବାନ ଧର୍ମ ଦେବ ନିଖୋଜ ହୋଇଯାଇଥିବା ନେଇ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ ହୋଇଛି। ସିଆରପିଏଫ ଉଚ୍ଚ କର୍ତ୍ତୃପକ୍ଷ ଏ ନେଇ ଥାନାରେ ଅଭିଯୋଗ କରିବା ପୁଲିସ ମାମଲା ଏସଂପର୍କରେ ଏକ ମାମଲା ରୁଜୁ କରିବା ସହ ଘଟରାର ତଦନ୍ତ ଆରମ୍ଭ କରିଛି।

ରିପୋର୍ଟରୁ ପ୍ରକାଶ ଶେଷଖାଲ ଥାନା ଅଧୀନରେ ଥିବା ସିଆରପିଏଫର ୪ର୍ଥ ବାଟାଲିଅନରେ କାର୍ଯ୍ୟରତ ଥିଲେ ଧର୍ମ ଦେବ। ଗତ ୨୯ ତାରିଖରେ ସେ ହେଡକ୍ୱାର୍ଟର କ୍ୟାମ୍ପରେ ଯୋଗ ଦେବା ପାଇଁ ଆସିଥିଲେ। ଏକ ଘରୋଇ ବସ ଯୋଗେ ଧର୍ମ ଦେବ ରାୟଗଡା ଆସିଥିବା ବେଳେ ରେଳ ଷ୍ଟେସନ ସମ୍ମୁଖରେ ବସ୍‌ରୁ ଓହ୍ଲାଇଥିବା ତଦନ୍ତରୁ ଜଣା ପଡ଼ିଛି। ତେବେ ଆଜି ସୁଦ୍ଧା ଧର୍ମ ଦେବ କାର୍ଯ୍ୟରେ ଯୋଗ ନ ଦେବା ଯୋଗୁ ସିଆରପିଏଫ କର୍ତ୍ତୃପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନିଖୋଜ ଯବାନଙ୍କ ପରିବାର ବର୍ଗ ଇତିମଧ୍ୟରେ ଉତ୍ତର ପ୍ରଦେଶରୁ ଆସି ଏଠାରେ ପହଂଚିବା ଜାଣିବାକୁ ମିଳିଛି।