ସକ୍ଷମ-୨୦୨୦,ଇନ୍ଧନ ସଂରକ୍ଷଣ ପାଇଁ ପଦଯାତ୍ରା

ଖେଳ ଗଞ୍ଜାମ ଜିଲ୍ଲା ରାଜ୍ୟ

ବ୍ରହ୍ମପୁର: ଇନ୍ଧନ ସରି ସରି ଆସୁ ଥିବା ବେଳେ ଏହାର ସଂରକ୍ଷଣ ଆମର ଦାଇତ୍ୱ ।ପେଟ୍ରୋଲିୟମ ର ଅପବ୍ୟବହାର ନକରି ବର୍ତ୍ତମାନ ସଂରକ୍ଷଣ କରିବା ସମୟର ଆବଶ୍ୟକତା ବୋଲି ହେଚ ପି ସି ଏଲ ଦ୍ୱାରା ସକ୍ଷମ-୨୦୨୦ କୁ ଉଦଘାଟନ କରି ବିଭିନ୍ନ ଅତିଥି ମାନେ ଯୋଗ ଦେଇ କହି ଥିଲେ। ଏନେଇ ବିଭିନ୍ନ ସ୍କୁଲ ଓ କଲେଜ ର ପ୍ରାୟ୬୦୦ରୁ ଉର୍ଧ୍ଵ ଛାତ୍ର ଛତ୍ରୀ ପଦଯାତ୍ରା ବାହାରି ଥିଲା। ପଦଯାତ୍ରା ସ୍ଥାନୀୟ ଖଲ୍ଲିକୋଟ କଲେଜ ସମ୍ମୁଖ ରୁ ବାହାରି ବିଭିନ୍ନ ସ୍ଥାନ କୁ ବୁଲି ଥିଲା।ଉକ୍ତ କାର୍ଯ୍ୟକ୍ରମରେ ଆଇଜର ର ନିର୍ଦ୍ଦେଶକ ପ୍ରଫେସର ଯୋଗେନ୍ଦ୍ର ଶର୍ମା, ଆଇଜର ପ୍ରଫେସର ପ୍ରମୋଦ ଜଗଦେଵ, ସମାଜ ସେବୀ ଶରତ କୁମାର ସାହୁ,ହେଚ ପି ସି ଏଲ ର ଏସ ଓ ବିକ୍ରମ ସିଂ,ପ୍ରସନ୍ନ କୁମାର ପ୍ରଧାନ, ଏସ ଡ଼ି ପି ତୋଫାନ ନାୟକ, ଟୁକୁନା ପାତ୍ର, ରାଜୀବ ବାରିକ ଓ ସନ୍ତୋଷ କୁମାର ସାହୁ ଯୋଗ ଦେଇଥିଲେ।