ଶାରଳା ବିଶ୍ୱଭାଷାର ପଦଯାତ୍ରା

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

ଯାଜପୁର : ( ବିଶ୍ବଜିତ ରଣା ) ବୁଧବାର ବିରଜା ମନ୍ଦିର ନିକଟରୁ ଶାରଳା ବିଶ୍ୱଭାଷା ପଦଯାତ୍ରା ଶୁଭାରମ୍ଭ ହୋଇ ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚିଥିଲା । ଏହି ପଦଯାତ୍ରାକୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଉଦ୍ଘାଟନ କରିଥିଲେ । ଏହି ପଦଯାତ୍ରାରେ ଅତିଥି ଭାବରେ ମା’ ବିରଜା ପୂଜକମଣ୍ଡଳୀ ସଭାପତି ପଣ୍ଡିତ ସୁବାସ ଚନ୍ଦ୍ର ପାଣି, ଭାଗବତ ତତ୍ତ୍ୱ ପ୍ରଚାର ସମିତି ଯାଜପୁରର ନୀଳାବତାର, ଗୀତାଯୋଗୀ ବାବା ରବିନାରାୟନ, ରାହାସ ମୋହନ ଦାସ ମହାରାଜ, ଦକ୍ଷିଣ ବ୍ରହ୍ମବେଦୀ ଭାଗବତ ପ୍ରଚାର ସମିତି ବ୍ୟାସ ସୁଧୀର କୁମାର ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ଏମ୍.ବି.ସି. ଟିଭି ଆୟୋଜନକ୍ରମେ ଜିଲ୍ଲା ପ୍ରତିନିଧି ଅର୍ପଣ ରାଉତରାୟଙ୍କ ଆୟୋଜନରେ ଓଡ଼ିଆ ଭାଷା ପ୍ରତିନିଧି ପ୍ରଭାତ କୁମାର ରାଉତରାୟ, ଶ୍ରୀଧର ଭଦ୍ର, ସୁମିତ୍ରା ସାମଲ, ଦିଲଦାର ଚାନ୍ଦଙ୍କ ଦାୟିତ୍ୱରେ ଶତାଧିକ ଓଡ଼ିଆ ଭାଷାପ୍ରେମୀ ଯୋଗଦେଇଥିଲେ ।

ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ, ଜାତି ବଞ୍ଚିଲେ ଦେଶ ବଞ୍ଚିବ, ଭାଷା ବଞ୍ଚିଲେ ଦେଶ ବଞ୍ଚିବ ପ୍ରମୁଖ ପ୍ଲା-କାର୍ଡ଼ ଧରି ଶାରଳା ବିଶ୍ୱଭାଷା ପଦଯାତ୍ରାରେ ଗ୍ରୀନ୍ ଅକ୍ସଫୋର୍ଡ଼ ମଡ଼େଲ ସ୍କୁଲ ଅଧ୍ୟକ୍ଷ ଡ. ସତ୍ୟରଞ୍ଜନ ପତି, ଶିକ୍ଷୟିତ୍ରୀ ସଂଯୁକ୍ତା ସାହୁ, ମହାବୀର ଗୁରୁକୁଳ ଶିକ୍ଷାଶ୍ରମ ବଡ଼ ଗୁରୁମା ବାଂଶୋରୀ ବିଶ୍ୱାଳ, ହେମଲତା କର, ଜଗନ୍ନାଥ ଚାରଣ ଗୋଷ୍ଠୀ ଯାଜପୁର ଟାଉନର ମୁଖ୍ୟ ଶ୍ୟାମସୁନ୍ଦର କର, ବାବା ଅଭିମନ୍ୟୁ ପରିଡ଼ା, ଅଲେଖ ରଘୁବାବା, ମା’ ବିରଜା ସ୍ୱୟଂ ସହାୟକ ଗୋଷ୍ଠୀ, ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ମହାଳୟା ପାତ୍ର, ବରୁଆଁ ପ୍ରାକ୍ତନ ସରପଞ୍ଚ ସୁମିତି ମାଝୀ, ନିରଞ୍ଜନ ଦଳାଇ, ଶିକ୍ଷୟିତ୍ରୀ ଅନୀତା ସାହୁ, ଶିକ୍ଷକ ସନ୍ଦୀପ୍ତ ପତି, ଶ୍ରୀଧର ଭଦ୍ର ପ୍ରମୁଖ ପଦଯାତ୍ରାରେ ଯୋଗଦେଇଥିବାବେଳେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏସ୍.ସୌରୀ ରଞ୍ଜିତା, ବିଦ୍ୟାଶ୍ରୀ ନାୟକ, ଦେବପ୍ରକାଶ ଓଝା, ଦୀଶା ସେନାପତି, ସ୍ୱସିତ ଶେଖର ସାହୁ, ଓମ୍ ପ୍ରକାଶ ପତି, ଜ୍ୟୋତିପ୍ରକାଶ ମହାପାତ୍ର ପ୍ରମୁଖ ପ୍ଲା-କାର୍ଡ଼ ଧରି ପରିକ୍ରମା କରିଥିଲେ । ଶେଷରେ ସାମ୍ବାଦିକ ଅର୍ପଣ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।