ରଥ କାଠ ପାଇଁ ନୟାଗଡ଼ରେ ପହଞ୍ଚିଲା ମହାପ୍ରଭୁଙ୍କ ଆଜ୍ଞାମାଳ

ଓଡିଶା ଜିଲ୍ଲା ନୟାଗଡ଼ ପୁରୀ ବଡ ଖବର ରାଜ୍ୟ

ପୁରୀ/ନୟାଗଡ଼ :  ଜୁନ୍‌ ୨୩ ତାରିଖରେ  ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ କାଠ ଅନୁକୂଳ ପାଇଁ ନୟାଗଡ଼ରେ ପହଞ୍ଚିଛି ମହାପ୍ରଭୁଙ୍କ ଆଜ୍ଞାମାଳ। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାରଣା ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଧରି ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କ ସହ ମେକାପ ଓ ରଥ ଅମିନ ମଧ୍ୟ ଯାଇଛନ୍ତି।

ଭକ୍ତିମୟ ପରିବେଶରେ ଆଜ୍ଞାମାଳକୁ ସ୍ୱାଗତ କରିଥିଲେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି। ଚଳିତ ବର୍ଷ ତିନି ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୬୭୨ ଖଣ୍ଡ କାଠ ଆବଶ୍ୟକ କରୁଥିବା ବେଳେ ନୟାଗଡ଼ ବନଖଣ୍ଡ ପକ୍ଷରୁ ୩୬୭ ଖଣ୍ଡ କାଠ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିରେ ୫୫ ଖଣ୍ଡ ଅସନ, ୭୭ ଖଣ୍ଡ ଧଉରା, ୫୫ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି ରହିଛି।