ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ସ୍ୱନକ୍ଷତ୍ର ପାଳିତ

ଓଡିଶା ଜିଲ୍ଲା ବଡ ଖବର ଯାଜପୁର ରାଜ୍ୟ

ଯାଜପୁର:   ପବିତ୍ର ତ୍ରିବେଣୀ ଅମାବାସ୍ୟା ହେଉଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ। ଏଥିପାଇଁ ମା’ଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏଥିପାଇଁ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରାତଃ ସମୟରେ ମା’ଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇ ପିଠା ଭୋଗ ନୈବେଦ୍ୟ ଅର୍ପଣ କରାଯାଇଛି। ମା’ଙ୍କର ଏହି ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ସମବେତ ହୋଇଛନ୍ତି।

ପ୍ରାତଃ ୭ଟା ୫୫ ସମୟରେ ମା’ଙ୍କୁ ମହାସ୍ନାନ କରାଯାଇ ଶୋଡଷ ଉପଚାର ପୂଜା, ସ୍ୱନକ୍ଷେତ୍ର ଅବସରରେ ଯଜ୍ଞ ଓ ପୂର୍ଣ୍ଣାହୁତି କରାଯାଇଛି। ମନ୍ଦିର ପରିବେଶରେ ବେଦମନ୍ତ୍ରପାଠ ବେଶ୍ ମୁଖରିତ କରିଛି। ବିରଜା ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ଯାତ୍ରୀମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା କରାଯାଇଛି।