‘ମୋ ସରକାର’ରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ବର : ‘ମୋ ସରକାର’ରେ ସାମିଲ ହେଲା ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ଏଣିକି ଲୋକଙ୍କ ସହ ସିଧାସଳଖ କଥା ହୋଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ ଏହି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହାଦ୍ବାରା ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ତ୍ବରାନ୍ବୀତ ହେବାର ଲକ୍ଷ୍ୟ ରଖା ଯାଇଛି। କିଛିଦିନ ପୂର୍ବରୁ ରାଜ୍ୟ ସରକାର ଗୃହ ଓ ନଗର ଉନ୍ନୟନ,  କୃଷି ବିଭାଗ ସମେତ ମହିଳା ଓ ଶିଶୁ ବିକାଶ ବିଭାଗ ତଥା ମିଶନ ଶକ୍ତି କାର୍ଯ୍ୟକ୍ରମକୁ ‘ମୋ ସରକାର’ରେ ସାମିଲ କରିଥିଲେ।