ମିଳିତ ଶ୍ରମିକ ସଂଗଠନ ଡାକରାରେ ଯାଜପୁର ବନ୍ଦ ସଂପୂର୍ଣ୍ଣ ସଫଳ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ

ଯାଜପୁର : ( ବିଶ୍ବଜିତ ରଣା ) କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ବିରୁଦ୍ଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ୮ ତାରିଖ ବୁଧବାରକୁ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଏହାକୁ କଂଗ୍ରେସ ସମେତ ଏସୟୁସିଆଇ ଓ ଅନ୍ୟ କିଛି ରାଜନୈତିକ ଦଳ ସମର୍ଥନ ଦେଇଛି । ଫଳରେ ସମଗ୍ର ଯାଜପୁର ଜିଲ୍ଲା ବୁଧବାର ଦିନ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଶ୍ରମିକ ସଂଗଠନର ଧର୍ମଘଟ ଡାକରା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ କରିଦିଆଯାଇଥିବା ବେଳେ ସକାଳୁ ସକାଳୁ କଂଗ୍ରେସ ଓ ଏସୟୁସିଆଇ(କମ୍ୟୁନିଷ୍ଟ) ଦଳ ଗୁଡିକର ସଂଗଠନ ମାନେ ବିଭିନ୍ନ ଅଫିସ ସମ୍ମୁଖରେ ପିକେଟିଂ କରିବା ଯୋଗୁ କୌଣସି ଗୋଟିଏ ବି ସରକାରୀ କାର୍ଯ୍ୟାଳୟ ଖୋଲିପାରିନାହିଁ ।

ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସନ୍ତୋଷ ନନ୍ଦ, ବଳଭଦ୍ର ଦାସ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ ବେହେରା, ହୃଷିକେଶ ପତି, ପିସିସି ସଂପାଦକ ଭାସ୍କର ମହାନ୍ତି, ବିଭୂତି ମହାପାତ୍ର, ଦୂର୍ଯ୍ୟୋଧନ ବେହେରା, ଅକ୍ଷୟ ଶତପଥି, ଗଦାଧର ଦାସ, ଦିଲ୍ଲୀପ ଦାସ, ସଂଗ୍ରାମ ସାହାଣୀ, ଅରଜିତ ନାୟକ, ଅନିଲ ମହାନ୍ତି, ବିଜୟ ମହାପାତ୍ର ପ୍ରମୁଖ ପିକେଟିଂ କରିଥିବା ବେଳେ ଜିଲ୍ଲା ଜଜକୋର୍ଟ ଏବଂ ଅଦାଲତ ସମୂହ ସମ୍ମୁଖରେ ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କର, ନାରାୟଣ ସାମନ୍ତ, ଆଡଭୋକେଟ ପ୍ରତିମା କର, ଅବଦୁଲ ସଲିମ, ରାଜୀବ ମହାନ୍ତି, ନିତାଇଚାନ୍ଦ ମହାନ୍ତି, ଦିଲ୍ଲୀପ କୁମାର ଦାସ, ଗୋବିନ୍ଦ ଚନ୍ଦ୍ର ସାହୁ, ଅଶୋକ ବିଶ୍ୱାଳ, ଗୋରାଚାନ୍ଦ ମହାନ୍ତି, ଅଜୟ ଶତପଥି, ନିକୁଞ୍ଜ ସାମଲ ପ୍ରମୁଖ ପିକେଟିଂ କରି ବିଚାରପତି ମାନଙ୍କୁ କୋର୍ଟ ମଧ୍ୟକୁ ପ୍ରବେଶ କରାଇ ଦେଇନଥିଲେ ।

ସେହିପରି ଯୁବନେତା ସୁଦିପ କୁମାର କରଙ୍କ ନେତୃତ୍ୱରେ କାମାକ୍ଷା ନନ୍ଦ, ଧନେଶ୍ୱର ନନ୍ଦ, କାଳନ୍ଦୀ ବେହେରାଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଉପନିବନ୍ଧକଙ୍କ ଅଫିସ ଏବଂ ଜିଲ୍ଲା ନିୟୋଜନ ଅଫିସକୁ ଘେରାଉ କରିବା ସହିତ ଟାୟାର ଜାଳି ପ୍ରତିବାଦ କରିଥିଲେ । ଏମାନଙ୍କ ବିରୋଧ ପାଇଁ ଅଫିସ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା । ସେହିପରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତ, ବରିଷ୍ଠ ନେତା ବିଳାଶ ରାଉତରାୟଙ୍କ ନେତୃତ୍ୱରେ ଜଗବନ୍ଧୁ ଜେନା, ରଘୁନାଥ ସାହୁ, ଭରତ ସାମଲ, ବିଦ୍ୟାଧର ବାରିକ, ଗଣେଶ୍ୱର ଦାସ, ସଂଗ୍ରାମ ଜେନା, ସୁଜନ ରାଉତରାୟ, ଦିଲ୍ଲୀପ ଦାଶ, ବିଦ୍ୟାଧର ପାଣିଗ୍ରାହୀ, ତୃପ୍ତି ରଞ୍ଜନ ରାଉତ, ମାନସ ସ୍ୱାଇଁ ପ୍ରମୁଖ ଜଳସେଚନ, କ୍ଷୁଦ୍ର ଜଳସେଚନ, ପୂର୍ତ୍ତ, ସଦର ବ୍ଲକ, କୃଷି ବିଭାଗ, ପାଣି ବିଭାଗ, ଯୋଗାଣ ବିଭାଗ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମେତ ବହୁ ଅଫିସ ଗୁଡିକୁ ପିକେଟିଂ କରି ବନ୍ଦ କରିଥିଲେ । ଏମାନଙ୍କ ସହିତ ଆଇଏନଟିୟୁସି ର ସଂଗଠକ ମାନେ ମଧ୍ୟ ସାମିଲ ଥିବା ଦେଖାଯାଇଥିଲା ।

ସେହିପରି ଏସୟୁସିଆଇ ସମର୍ଥିତ ୟୁଟିୟୁସି ସଂଗଠନ ଏବଂ ଏସୟୁସିଆଇ(କ) ପକ୍ଷରୁ ଏହି ଧର୍ମଘଟକୁ ସମର୍ଥନ କରି ବିଭିନ୍ନ ଅଫିସ ଆଗରେ ପିକେଟିଂ କରାଯିବା ସହିତ ସହରରେ ଶୋଭାଯାତ୍ରା କରାଯାଇଥିଲା । ଦଳର ଜିଲ୍ଲା ସଂପାଦକ ସୁରେନ୍ଦ୍ର ମଲ୍ଲିକ, ସଭ୍ୟ ଅଚ୍ୟୁତ ପ୍ରଧାନ, ରାଧାବଲ୍ଲଭ ମଲ୍ଲିକ, ପ୍ରଫୁଲ୍ଲ ଭଞ୍ଜ, ବୀର କିଶୋର ନାୟକ, ସୁବାଷ ମଲ୍ଲିକ, ଅଜୟ ସାହୁ, ଅଭିମନ୍ୟୁ ମଲ୍ଲିକ, ସୁଲୋଚନା ପ୍ରଧାନ, ତରଙ୍ଗିଣୀ ଦାସ, ଜଗବନ୍ଧୁ ମଲ୍ଲିକ, ଅକ୍ଷୟ ପଣ୍ଡା, ଡିଏସଓ ର ଜିଲ୍ଲା ସହସଂପାଦିକା ସସ୍ମିତା ଜେନା ପ୍ରମୁଖ ବିଜେପି ସରକାରର ଜନବିରୋଧି ଶ୍ରମ ଆଇନ ସଂଶୋଧନ ବନ୍ଦ କରିବା, ଦରଦାମ ନିୟନ୍ତ୍ରଣ କରିବା, ରାଷ୍ଟ୍ରାୟତ କାରଖାନା ଗୁଡିକର ଘରୋଇ କରଣ ବନ୍ଦ କରିବା, ଅଗଣତାନ୍ତ୍ରିକ ବିଭାଜନକାରୀ ତଥା ସାଂପ୍ରଦାୟିକ ଆଇନ ସିଏଏ, ଏନଆରସି ଏବଂ ଏନଆରପିକୁ ବାତିଲ କରିବା ସହିତ ଜେଏନୟୁ ଛାତ୍ରଙ୍କ ଉପରେ ଆକ୍ରମଣ ଇତ୍ୟାଦିର ତୀବ୍ର ବିରୋଧ କରିଥିଲେ । ବିଭିନ୍ନ ସ୍ଥାନରେ ଏହି ସଂଗଠନର ନେତା ମାନେ ଧାରଣା ଦେଇଥିବା ଦେଖାଯାଇଥିଲା ।

ବନ୍ଦ ଯୋଗୁ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ଖୋଲିପାରିନାହିଁ । ସେହିଭଳି ଅନ୍ୟ ବାମପନ୍ଥୀ ସଂଗଠନ ଗୁଡିକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ବିଜେପି ସରକାରର ଅପରିଣାମଦର୍ଶୀ ଓ ଶ୍ରମିକମାରଣନୀତି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇଥିଲା ।