ମଶାଣି ସଫା କଲେ ସୁନ୍ଦରଗଡ ବିଧାୟକ

ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ ସୁନ୍ଦରଗଡ଼

ସୁନ୍ଦରଗଡ : ମଶାଣିକୁ ଯିବା ପାଇଁ ସାଧାରଣ ଲୋକଟିଏ ଭୟ କରେ ମାତ୍ର ଏହା ନଭାବି ଆଜି ସୁନ୍ଦରଗଡ ତଲସରା ବିଧାୟକ ଭବାନୀ ଭୋଇ ସୁନ୍ଦରଗଡ ରାଣିବଗିଚାରେ ରହିଥିବା ସ୍ବର୍ଗଦ୍ବାର (ମଶାଣି)କୁ ଯାଇ ବହୁ ଦିନରୁ ଅପରିସ୍କାର ହୋଇ ପଡିରହିଥିବା ମଶାଣିକୁ ନିଜେ ଝାଡୁ ମାରି ସଫାକରିଛନ୍ତି ।

ପ୍ରାୟ ପ୍ରତିଦିନ ଏହି ମଶାଣିରେ ଲୋକେ ଶବ ଦାହ କରିବା ପରେ ଲୋକେ ସ୍ଥାନ ଛାଡି ପଳାଇଆସୁଥିବାରୁ  ମଶାଣି ସ୍ଥାନଟି ଅପରିଷ୍କାର ହୋଇ ପଡିରହିଥିଲା।ଏହା ଦେଖି ରବିବାର ବିଧାୟକ ଏବଂ ତାଙ୍କର କିଛି ସମର୍ଥକ ସକାଳେ ମଶାଣିକୁ ଯାଇ ସେଠାରେ ଉଠିଥିବା ଅନାବନା ଗଛକୁ କାଟିବା ସହିତ ମଶାଣିକୁ ଝାଡୁ ମାରି ସଫାକରିଥିଲେ  । ବିଧାୟକଙ୍କ ଏହି କାମକୁ ସାଧାରଣରେ ପ୍ରଶଂସା କରାଯାଇଛି।