ବେଲଗାମ କାର୍ ଚାଳକକୁ ଗୋଡ଼େଇ ଗୋଡ଼େଇ ଧରିଲେ ପୁଲିସ କମିଶନର

ଓଡିଶା ବଡ ଖବର ମହାନଗର ରାଜ୍ୟ

ଭୁବନେଶ୍ୱର :  ବେଲଗାମ କାର୍ ଚାଳକକୁ ଗୋଡ଼େଇ ଗୋଡ଼େଇ ଧରିଲେ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ। ହଂସପାଳ ନିକଟରେ ଧରାପଡ଼ିଲା କାର। କୁଆଖାଇ ବ୍ରିଜରେ ଧକ୍କା ଖାଇବା ପରେ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା କାର୍। କାର୍ ପଛରେ ଯାଉଥିବା ସିପି ଓଭରଟେକ୍ କରି ଧରିଥିଲେ ଡ୍ରାଇଭରକୁ।ସଂପୃକ୍ତ କାର୍ ଚାଳକକୁ ବଞ୍ଚାଇବା ସହ ଅଧିକ ଦୁର୍ଘଟଣାକୁ ଟାଳିଦେଲେ ସିପି।କାର୍ ଚାଳକ ଏକ ଘରୋଇ କଂପାନୀର ମ୍ୟାନେଜର ହୋଇଥିବା ସୂଚନା ମିଳିଛି। ମଞ୍ଚେଶ୍ୱର ପୁଲିସ୍‌କୁ ଡାକି କାର୍ ଚାଳକକୁ ହସ୍ତାନ୍ତର କରିଛନ୍ତି ସିପି। ସମ୍ପୃକ୍ତ କାର ଚାଳକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।