ବିଡିଓଙ୍କ ର୍ଦୁବ୍ୟବହାର ନେଇ ପିପିଲି ବ୍ଲକ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା

ଓଡିଶା ଜିଲ୍ଲା ପୁରୀ ରାଜ୍ୟ

ପିପିଲି : ( ବିଜୟ କୁମାର ମହାପାତ୍ର ) ପିପିଲି ବିଡିଓଙ୍କ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ଘଟଣାକୁ ନେଇ ସ୍ଥାନୀୟ ସାମ୍ବାଦିକମାନେ ସୋମବାର ଦିନ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ବାରମ୍ବାର ସାମ୍ବାଦିକମାନଙ୍କୁ ପ୍ରଶାସନିକ ଅଧିକାରୀମାନଙ୍କ ର୍ଦୁବ୍ୟବହାର ସୀମା ଟପିଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ନଆସିଲେ ଆଗାମୀ ଦିନରେ ଚତୁର୍ଥସ୍ତମ୍ଭ ବିପଜ୍ଜନକ ପରିସ୍ଥିତିର ସାମ୍ନାକରିବ ,ଯାହାକି ଏକ ସୁସ୍ଥ ସମାଜ ଗଠନରେ ବାଧକ ସାଜିବ ।

ତେଣୁ ଗଣତନ୍ତ୍ରର ସୁରକ୍ଷା ଦିଗରେ ର୍ଦୁବ୍ୟବହାର କରିଥିବା ପିପିଲି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସାମ୍ବାଦିକମାନେ ଧାରଣା ଦେଇଥିଲେ । ଏନେଇ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ ମାନେଗୁରୁତ୍ୱ ଦେବାକୁ ଦାବି କରିଥିଲେ । ସାମ୍ବାଦିକମାନେ ଧାରଣା ଦେବା ସଂପର୍କରେ ଅବଗତ ହେବାପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଧାରଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ |ଘଟଣା ସଂପର୍କରେ ଅବଗତ ହୋଇ ଆସନ୍ତା ଗୁରବାରଦିନ ଏସଂପର୍କରେ ଆଲୋଚନା ହେବା ନେଉ ପ୍ରତିଶ୍ରୁତି ଦେବାପରେ ସାମ୍ବାଦିକମାନେ ଧାରଣାରୁ ଉଠିଥିଲେ |