୫ ଜିଲ୍ଲାରେ ପ୍ରବଳ ବର୍ଷିବ

ବର୍ଷା : ୬ ତାରିଖ ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଡିଶା ବଡ ଖବର ରାଜ୍ୟ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଦେଖିବାକୁ ମିଳିଛି । ତେବେ ଆସନ୍ତା ୭ ତାରିଖ ଯାଏଁ ଏମିତି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଆସନ୍ତା ୬ ତାରିଖ ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ଝାରସୁଗୁଡା, ମୟୁରଭଞ୍ଜ, ଅନୁଗୋଳ, କେନ୍ଦୁଝର, ବାଲେଶ୍ବର, କଟକ, ଭଦ୍ରକ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

ସେହିଭଳି ୭ ତାରିଖରେ ୧୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୭ ତାରିଖ ପରେ ପାଗରେ ପରିବର୍ତ୍ତନ ଦେଖାଦେବ । ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ।