ପୈାରାଞ୍ଚଳ ଗସ୍ତ କଲେ ହାଉସିଂ ମିଶନ୍ ଡାଇରେକ୍ଟର

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

କେନ୍ଦ୍ରାପଡା : ପୈାରାଞ୍ଚଳ ଗସ୍ତ କଲେ ହାଉସିଂ ମିଶନ୍ ଡାଇରେକ୍ଟର ସୁରେଶ କୁମାର ଦଳାଇ । କେନ୍ଦ୍ରାପଡାରେ ପହଞ୍ଚିବା ସହ ପୈାରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ନିର୍ମାଣାଧିନ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ଗୁଡିକର ନିର୍ମାଣ ଅଗ୍ରଗତି, ଅସଂପୂର୍ଣ୍ଣ ଗୃହ ଗୁଡିକୁ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପୈାରସଂସ୍ଥା ଦ୍ୱାରା ନିର୍ମାଣ ହୋଇଥିବା ତୁଳସୀ ପାର୍କ ବୁଲି ଦେଖିଥିଲେ । ୩,୬,୭ ପ୍ରଭୃତି ୱାର୍ଡ ଗୁଡିକ ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମାନଙ୍କୁ ଭେଟି ତୁରନ୍ତ ଗୃହ ନିର୍ମାଣ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଏହି ଗସ୍ତ ସମୟରେ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, କାର୍ଯ୍ୟାଳୟ ସହକାରୀ ଭୁବନ ମୋହନ କାନୁନଗୋ, ସଂଜିବ୍ ମହାନ୍ତି ପ୍ରମୁଖ ତଥ୍ୟ ପ୍ରଦାନରେ ସହାୟତା କରିଥିଲେ ।