ପାଲଲହଡାରେ ବ୍ଲକସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ :୯୦%ପୂରଣ ପାଇଁ ବିଧାୟକଙ୍କ ନିର୍ଭାର ପ୍ରତିଶୃତି hi

ଅନୁଗୁଳ ଓଡିଶା ଜିଲ୍ଲା ରାଜ୍ୟ

 

ପାଲଲହଡା : (ମୁଶାରଫ ଅହେମଦ ) ସ୍ୱାଧୀନତାର ଦୀର୍ଘ ସତୁ ରୀ ବର୍ଷପରେ ବିଦେଶୀ ବିଧାୟକମାନଙ୍କଦ୍ୱାରା ଶାସିତ ହେଉଥିବା ପାଲଲହଡା ନିର୍ବାଚନମଣ୍ଡଳୀ ଆଜି ଜଣେ ମାଟିର ପୁଅକୁ ପାଇ ଯେତିକି ଗର୍ବିତ ନୁହେଁ ସେତିକି ବଡ଼କୁ ପଚାରି ସାନକୁ ଉଚ୍ଚାରୀ ନ୍ୟାୟରେ ପାଲଲହଡା ବ୍ଲକ ର ସାମଗ୍ରୀକ ବିକାଶ ପାଇଁ ଆଜି ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ତାହା ପାଲଲହଡାର ସମସ୍ତ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ମନକୁ ଛୁଇଁଛି | ଆଜି ପାଲଲହଡା ମାଟିର ଯୁବ ବିଧାୟକ ମୁକେଶ କୁମାର ପାଳଙ୍କଦ୍ୱାରା ସ୍ଥାନୀୟ ଶରତଚନ୍ଦ୍ର କ୍ଳବଠାରେ ଆୟୋଜିତ ବ୍ଲକସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀରେ ସତେଇଶଟିଯାକ ପଂଚାୟତର ପ୍ରାୟ ହଜାରେରୁ ଅଧିକଦଳମତ ନିର୍ବିଶେଷରେ ବଛା ବଛା ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ପ୍ରାକ୍ତନ ଜନପ୍ରତିନିଧି ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ଆଇନଜୀବି ଓ ସମସ୍ତ ସାମ୍ବାଦିକ ଯୋଗଦେଇଥିଲେ |

ଆଡ଼ଭୋକେଟ ରବି ନାରାୟଣ ପ୍ରଧାନଙ୍କଦ୍ୱାରା ପରିଚାଳିତ ଏହି ସମ୍ମିଳନୀରେ ଶତାଧିକ ବୁଦ୍ଧିଜୀବୀ ପାଲଲହଡାର ସାମଗ୍ରୀକ ବିକାଶ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ବିଦ୍ୟୁତ, ଉପରେ ନିଜ ନିଜର ମତାମତ ରଖି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ପାଲଲହଡା ଓ ଖମାରରେ ଡାକ୍ତର ନିଯୁକ୍ତି, ପ୍ରସ୍ତାବିତ ପାଲଲହଡା ନୂଆ ବସଷ୍ଟାଣ୍ଡକୁ ନୂଆ ହାଟପଦା(ରାମ ମନ୍ଦିର ) ଠାରେ କଲ୍ୟାଣ ମଣ୍ଡପକୁ ଜଗନ୍ନାଥ ପଡିଆରେ ପୂର୍ବରୁ ଚାଲିଥିବା ମାଛ ମାର୍କେଟଠାରେ, ରକ୍ତଭଣ୍ଡାର, ରକ୍ତ ଷ୍ଟୋରେଜ, ଶୀତଳ ଭଣ୍ଡାର, ବିଭିନ୍ନ ଗ୍ରାମରେ ପାନୀୟ ଓ ଜମିକୁ ଜଳସେଚିତ ଚକଧର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା, ପାଲଲହଡାକୁ ପୂର୍ବରୁ ବାରକୋଟ ଗ୍ରୀଡ଼ରୁ ଆସୁଥିବା ବିଦ୍ୟୁତ ତାର ବ୍ରାହ୍ମଣୀ ବୁଡି ପାଣିରେ ବୁଡିରହୁଥିବାରୁ ପାଣିଭିତରେ ଏକ କେବୁଲ ଖୁଣ୍ଟ ନିର୍ମାଣ କରି ଅନବରତ ବିଦ୍ୟୁତ ଯୋଗାଇ ଦେବା ଜମିଗୁଡିକୁ ହାତୀ ଦାଉରୁ ରକ୍ଷା କରାଯିବାକୁ ଏକ ସ୍ଥାୟୀ ଦୀର୍ଘସୂତ୍ର କାର୍ଯ୍ୟକ୍ରମ ହାତକୁ ନେଇ ପାଲଲହଡା ମାଲ୍ୟଗିରି କଲେଜରେ ଏକ ବୟେଜ ଏବଂ ଗାର୍ଲସ ହଷ୍ଟେଲ ନିର୍ମାଣ ପ୍ରଭୃତି ଶତାଧିକ ସମସ୍ୟା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ !ଶେଷରେ ଯୁବ ବିଧାୟକ ଏଥିରୁ ନବେ ଭାଗ ପୂରଣ ପାଇଁ ନିର୍ଭର ପ୍ରତିଶୃତି ଦେବା ସହିତ କେବଳ ଖମାରଠାରେ ଦମକଳ କେନ୍ଦ୍ର ନିର୍ମାଣ, ବ୍ଲକ ପ୍ରତିଷ୍ଠା, ଓ ପୋଷ୍ଟ ମର୍ଟମ ଗୃହ ଏବଂ ପାଲଲହଡାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଏକ ସମୟ ସାପେକ୍ଷ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାରୁ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରତିଶୃତି ଦେଇଥିଲେ !