ନରସିଂହପୁର ସରପଞ୍ଚ ପଞ୍ଚାୟତ ଯୋଜନା ଗୁଡିକୁ ନିଜ ୱାର୍ଡରେ କରୁଥିବା ନେଇ ଅଭିଯୋଗ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

କେନ୍ଦ୍ରାପଡା : ଡେରାବିଶ ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ସରପଞ୍ଚ ତାଙ୍କ ନିଜ ଗାଁ ଓ ୱାର୍ଡରେ ପଞ୍ଚାୟତ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରୁଥିବାନେଇ ଜିଲ୍ଲାପାଳଙ୍କଠାରେ ଅଭିଯୋଗ ହୋଇଛି । ଏ ନେଇ ନରସିଂହପୁର ପଞ୍ଚାୟତର ବିଭିନ୍ନ ଅଧିବାସୀ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ ଗ୍ରାମସଭାକୁ ଚଞ୍ଚକତା କରାଯାଇ ପଞ୍ଚାୟତର ୧୧ଟି ୱାର୍ଡକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସର୍ଭେ କରାଯାଇ ସ୍ୱପ୍ନେଶ୍ୱର ମହାଦେବ ପୀଠ ନିକଟରେ ଏହା କରାଯିବାକୁ ସ୍ଥିର ହୋଇଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ ପିଠା ଯୋଜନା କାର୍ଯ୍ୟକାରୀ ହେବାପରେ ୱାର୍ଡସଭ୍ୟ ମାନଙ୍କ ଅଗୋଚରରେ ଚଂଚକତା କରାଯାଇ ଏହାକୁ ଶ୍ରୀଲଙ୍ଗଠାରେ ନିର୍ମାଣ କରିବା ପାଇଁ ବିବରଣୀ ବହିରେ ସରପଂଚ ଲିପିବଦ୍ଧ କରାଇଛନ୍ତି । ବର୍ତମାନର ସରପଂଚ ରାଜ୍ୟସରକାରଙ୍କ ସମସ୍ତ ଯୋଜନା ଯଥା କଲ୍ୟାଣମଣ୍ଡପ, ପାର୍କ, ପାଣିଟାଙ୍କି, ଷ୍ଟାଡିୟମ୍ ଆଦି ତାଙ୍କ ନିଜ ଗ୍ରାମର ୪ଟି ୱାର୍ଡରେ କାର୍ଯ୍ୟକାରୀ କରୁଥିବାବେଳେ ପଂଚାୟତର ଅନ୍ୟ ୧୧ଟି ୱାର୍ଡକୁ ଅଣଦେଖା କରୁଥିବା ନେଇ ଭାଗିରଥି ରାଉତ, ଶ୍ରୀକାନ୍ତ ବେହେରା, ଘନଶ୍ୟାମ ରାଉତ, ସୁଦାମ ଚରଣ ଖଟୁଆ, ରବି ରାଉତ, ମାନସ କୁମାର ରାଉତ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।