ଗଞ୍ଜାମ: ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀକୁ ଅଚାନକ ଗସ୍ତ କରିଛନ୍ତି 5ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ । ଆଜି ପୂର୍ବାହ୍ନରେ ମା ତାରାତାରିଣୀଙ୍କ ଗସ୍ତ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ସରକାର ରାଜ୍ୟର ବିଭିନ୍ନ ଐତିହ୍ୟ ଏବଂ ସଂସ୍କୃତି ସଂପନ୍ନ ମନ୍ଦିରର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି । ସେ ମଧ୍ୟରେ ତାରାତାରିଣୀ ପୀଠ ମଧ୍ୟ ସାମିଲ ହୋଇଛି । 5ଟି ସଚିବ ପୀଠକୁ ଅଧିକରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5-ଟି ସଚିବ । ଏହି ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ,ବ୍ରହ୍ମପୁର ରାସ୍ତା ଓ କୋଠବାଡି ବିଭାଗ ବ୍ରହ୍ମପୁର ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ତପନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।