ତପସ୍ବିନୀ ଏକ୍ସପ୍ରେସ୍ ଇଞିନରେ ତ୍ରୁଟି ଯୋଗୁଁ ଅସନ୍ତୋଷ ପ୍ରକାଶ କଲେ ଜୁଏଲ

ଅନୁଗୁଳ ଓଡିଶା ଜିଲ୍ଲା ବଡ ଖବର ରାଜ୍ୟ

ଅନୁଗୁଳ: ( ମୁଶାରଫ ଅହେମଦ) ତପସ୍ବିନୀ ଏକ୍ସପ୍ରେସ୍ ଇଞ୍ଜିନରେ ତ୍ରୁଟି ଯୋଗୁଁ ଏବେ ପାଖାପାଖି ୬ ଘଣ୍ଟା ୪୭ ମିନିଟ ବିଳମ୍ବରେ ଚାଲୁଥିବା ଜଣାପଡିଛି । ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଂସଦ ଜୁଏଲ ଓରାମ । ଏ ସମ୍ପର୍କରେ  ସେ ମଧ୍ୟ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଟୁଇଟ ଜରିଆରେ ଜଣାଇଛନ୍ତି।

Image result for jual oram and prasanna mishra

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ର ଲୋକସଭା ସାଂସଦ ଜୁଏଲ ଓରାମ ଓ ଆରଏସଏସର କ୍ଷେତ୍ରପାଳ ସଂପର୍କ ପ୍ରମୁଖ ପ୍ରସନ୍ନ କୁମାର ମିଶ୍ର ୧୮୪୫୨ ନଂ ତପସ୍ବିନୀ ଏକ୍ସପ୍ରେସରେ  ଭୁବନେଶ୍ବରରୁ ରାଉରକେଲା ଆଚି ଯାତ୍ରା କରୁଥିଲେ ।

ଖବରରୁ ଜଣାପଡିଛିଯେ, ଅନୁଗୁଳ ଷ୍ଟେସନରେ ତପସ୍ବିନୀ ଏକ୍ସପ୍ରେସର ଇଞ୍ଜିନ ଫେଲ୍ ହେବା ଫଳରେ ସେଠାରେ ଏହାକୁ ସଜଡ଼ା ଯାଇଥିଲା। ପୁଣି ବାମୁର ଷ୍ଟେସନଠାରେ ଇଞ୍ଜିନରେ ତ୍ରୁଟି ଯୋଗୁଁ ତିନି ଘଣ୍ଟାରୁ ଅଧିକ ସମୟ ଧରି ଅଟକିଥିଲା। ଏହି କାରଣରୁ ତପସ୍ବିନୀ ଏକ୍ସପ୍ରେସ୍ ପାଖାପାଖି ୬ ଘଣ୍ଟା ୪୭ ମିନିଟ ବିଳମ୍ବରେ ଚାଲୁଥିବାର ସୂଚନା ମିଳିଛି। ଏହି କାରଣ ଯୋଗୁଁ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ମଧ୍ୟ ୪ ଘଣ୍ଟା ବିଳମ୍ବରେ ଚାଲୁଥିବାର ସୂଚନା ମିଳିଛି।