ଜିଲ୍ଲାସ୍ତରୀୟ ସାମାଜିକ ସୁରକ୍ଷା ବିଭାଗ ସମୀକ୍ଷା ବୈଠକ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

କେନ୍ଦ୍ରାପଡା : ଜିଲ୍ଲାସ୍ତରୀୟ ସାମାଜିକ ସୁରକ୍ଷା ବିଭାଗ ସମୀକ୍ଷା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ର, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉଦୟନାଥ ଜେନା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ଚନ୍ଦ୍ର ଦାସଙ୍କ ସମେତ ସମସ୍ତ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଓ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ପୈାରାଂଚଳର ଦାୟିତ୍ୱରେ ଥିବା ଅଧିକାରୀମାନେ ଯୋଗଦେଇଥିଲେ । ରାଜ୍ୟସରକାରଙ୍କ ପକ୍ଷରୁ ନୂତନଭାବେ ଭିନ୍ନକ୍ଷମ ପରିଚୟ ପତ୍ର ୟୁ.ଡି.ଆଇ.ଡି ସାର୍ଟିଫିକେଟ୍ ଓ ଆଧାର ସଂଯୋଗ ନିମନ୍ତେ ଆସୁଥିବା ପତ୍ର ଗୁଡିକ ଉପସ୍ଥାପନ କରାଯାଇ ଏହାର କାର୍ଯ୍ୟକାରୀତାକୁ ନେଇ ଆଲୋଚନା କରାଯାଇଥିଲା ।

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରି ୟୁ.ଡି.ଆଇ.ଡି ଦରଖାସ୍ତକାରୀ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ଯୋଗାଇ ଦେବାକୁ ମୁଖ୍ୟଚିକିତତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଥିଲେ । କଟକ ବଡ ଡାକ୍ତରଖାନାରୁ ବିଶେଷଜ୍ଞଙ୍କୁ ଅଣାଯାଇ ଆବଶ୍ୟକୀୟ ବ୍ୟବସ୍ଥା କରିବା ସହ ଆଧାର ନଥିବା ଭତା ହିତାଧିକାରୀଙ୍କ ତାଲିକା ପ୍ରସ୍ତୃତ କରାଯାଇ ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବା ଓ ପ୍ରତି ଗ୍ରାମସ୍ତରରେ ମାର୍ଚ୍ଚମାସ ସୁଦ୍ଧା ଆଧାର ଶିବିର କରି ତାଲିକା ଯୋଗାଇବାକୁ ଇ ଗଭର୍ଣ୍ଣାନ୍ସ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।