ଜାନୁଆରି ୧୯ରେ ଟାଟା ଷ୍ଟିଲ୍ ଭୁବନେଶ୍ୱର ହାଫ୍ ମାରାଥନର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହେବ

ଓଡିଶା ଖେଳ ବାଣିଜ୍ୟ ମହାନଗର ରାଜ୍ୟ

ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ  ଘୋଷଣା କରାଯାଇଛି ଯେ ଟାଟା ଷ୍ଟିଲ୍ ଭୁବନେଶ୍ୱର ହାଫ୍ ମାରାଥନ୍ (ଟିଏସଟିଏଚ୍ଏମ୍)ର ପଞ୍ଚମ ସଂସ୍କରଣ ଯାହା କଳିଙ୍ଗ ଷ୍ଟାଡିୟମରେ ୨୦୨୦ ଜାନୁଆରି ୧୨ରେ ଅନୁଷ୍ଠିତ ହେବାର ଥିଲା ତାହା ସ୍ଥଗିତ କରାଯାଇଛି ଏବଂ ତାହା ଆସନ୍ତା ୨୦୨୦ ଜାନୁଆରି ୧୯, ରବିବାର ଦିନ ଅନୁଷ୍ଠିତ ହେବ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗିତାରେ ଆୟୋଜନ କରାଯାଉଥିବା ଟିଏସବିଏଚଏମ ୨୦୨୦ ଜବରଦସ୍ତ ସମର୍ଥନ ହାସଲ କରିଛି ଏବଂ ଏଥିରେ ସାରା ଦେଶର ଦୌଡ଼ାଳୀ ଅଂଶଗଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ଯେଉଁମାନେ ଏକ ନିର୍ଦିଷ୍ଠ ମଞ୍ଚରେ ଏକଜୁଟ ହୋଇ ସ୍ୱାସ୍ଥ୍ୟ ଏବଂ ଚଳଚଞ୍ଚଳ ଜୀବନଶୈଳୀର ପ୍ରସାର କରିବେ ।

କାର୍ଯ୍ୟକ୍ରମ ସଂପର୍କିତ ଅନ୍ୟ ସମସ୍ତ ବିଷୟ ଯଥା ଆୟୋଜନ ସ୍ଥାନ, ଦୌଡ଼ର ବର୍ଗ, ଦୌଡ଼ ଆରମ୍ଭ ସମୟ, ପୁରସ୍କାର ରାଶି, ରୁଟ (ମାର୍ଗ) ଇତ୍ୟାଦି ଅପରିବର୍ତିତ ରହିଛି ।

ଏ ସଂପର୍କିତ ପ୍ରଶ୍ନ ଥିଲେ ଅଂଶଗ୍ରହଣକାରୀମାନେ ୦୬୫୭୨୪୩୧୧୪୧ କିମ୍ବା ୯୫୮୩୪୨୦୦୦୦ରେ ଯୋଗାଯୋଗ କରିପାରିବେ ।