ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ କଳାହାଣ୍ଡି ଗସ୍ତ – ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ କଳାହାଣ୍ଡି ଗସ୍ତ – ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା ବୈଠକ

ଓଡିଶା କଳାହାଣ୍ଡି ଜିଲ୍ଲା ବଡ ଖବର ରାଜ୍ୟ

#ଜାତୀୟ_ସୁରକ୍ଷା_ଉପଦେଷ୍ଟାଙ୍କ_କଳାହାଣ୍ଡି_ଗସ୍ତ    ଭବାନୀପାଟଣା : (ରଜନୀ କାନ୍ତ ମୁନି)  ଭାରତ ସରକାରଙ୍କ ଗୃହ ବିଭାଗ ବରିଷ୍ଠ ସୁରକ୍ଷା ଉପଦେଷ୍ଟା କେ. ବିଜୟ କୁମାର ବୁଧବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମାଓ ପ୍ରବଣ ଅଞ୍ଚଳରେ ମାଓ ଦମନ ପାଇଁ ନିୟୋଜିତ ଥିବା ସିଆରପିଏଫ୍‍ ଓ ବିଏସ୍‍ଏଫ୍‍ ଅଧିକାରୀଙ୍କ ସହିତ ଗୁପ୍ତ ବୈଠକ କରିଛନ୍ତି। ଓଡିଶାର ଅତ୍ୟଧିକ ମାଓପ୍ରବଣ କଳାହାଣ୍ଡି, ରାୟଗଡା, ବଲାଙ୍ଗିର, ନୂଆପଡା ଓ କନ୍ଧମାଳ ଜିଲ୍ଲା ସମେତ ଛତିଶଗଡ ରାଜ୍ୟର ମାଓପ୍ରବଣ ଗରିଆବନ୍ଧ, ଧମ୍‍ତରି ଓ ମହାସମୁନ୍ଦ ଜିଲ୍ଲାରେ ଗତ କିଛି ମାସଧରି ବିଭିନ୍ନ ସମୟରେ ମାଓବାଦୀମାନଙ୍କର କା)ର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ସେମାନଙ୍କ ଗତିବିଧିକୁ ତୀକ୍ଷ୍ଣ ନଜର ରଖିବା ଓ ମାଓ କାର୍ଯ୍ୟକଳାପକୁ ମିଳିତ ଭାବେ କିପରି ଦୃଢ ହସ୍ତରେ ଦମନ କରାଯିବ ସେ ନେଇ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି।

ଆଜି ଭବାନୀପାଟଣା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ କଡା ସୁରକ୍ଷା ଭିତରେ କଳାହାଣ୍ଡି, ରାୟଗଡା, ବଲାଙ୍ଗିର, ନୂଆପଡା ଓ କନ୍ଧମାଳ ଜିଲ୍ଲା ସମେତ ଛତିଶଗଡ ରାଜ୍ୟର ମାଓପ୍ରବଣ ଗରିଆବନ୍ଧ, ଧମ୍‍ତରି ଓ ମହାସମୁନ୍ଦ ଏସ୍‍ପି ଓ ଅନ୍ୟ ପୋଲିସ ଅଧିକାରୀଙ୍କ ସହ ମାଓ ଦମନ ପାଇଁ ରଣକୌଶଳ ପ୍ରସ୍ତୁତି କରିବା ସହିତ ମିଳିତ ଭାବେ କୁମ୍ଭି ଅପରେସନ୍‍ କରିବା ଓ ସେମାନଙ୍କର ଗତିବିଧି ଉପରେ ଗୁପ୍ତ ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତିକ୍ଷ୍‍ଣ ନଜର ରଖିବା ପାଇଁ ଉପସ୍ଥିତ ପୋଲିସ ଅଧିକାରୀ ଓ ସିଆରପିଏଫ୍‍ ଓ ବିଏସ୍‍ଏଫ୍‍ ଅଧିକାରୀଙ୍କ କଡା ନିର୍ଦ୍ଦେଶ ଦେଇଥିଲେ। ଏହି ସମିକ୍ଷା ବୈଠକରେ ଏହି ସବୁ ଜିଲ୍ଲାର ଏସ୍‍ପି, କୋରାପୁଟ ସ୍ଥିତ ଡିଆଇଜି ସଫିନ୍‍ ଅହମ୍ମଦ୍‍, ସିଆରପିଏଫ୍‍ ଓ ବିଏସ୍‍ଏଫ୍‍ ର ଉଚ୍ଚ ଅଧିକାରୀ ମାନେ ଯୋଗଦେଇଥିଲେ।