ଗୋରେଖନାଥ ମନ୍ଦିରରୁ ନିଖୋଜ ହୋଇଯାଇଥିବା ୨ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କଲା ଚାଇଲ୍ଡଲାଇନ୍‌

ଓଡିଶା ଜଗତସିହଂପୁର ଜିଲ୍ଲା ବଡ ଖବର ରାଜ୍ୟ
  • ଜଗତସିଂହପୁର: (ମହେଶ୍ବର ତ୍ରିପାଠୀ )  ପ୍ରସିଦ୍ଧ ଗୋରେଖନାଥ ମନ୍ଦିରକୁ ଦର୍ଶନ ପାଇଁ ଆସି ନିଖୋଜ ହୋଇଯାଇଥିବା ୨ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡଲାଇନ୍‌। ଉଦ୍ଧାର ହୋଇଥିବା ଶିଶୁକୁ ଏକ ଆଶ୍ରମରେ ଛଡ଼ା ଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ  ପବିତ୍ର ମକର ସଂକ୍ରାନ୍ତି ପାଇଁ ଗୋରେଖନାଥ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଭିଡ଼ ଭିତରେ  ୨ ବର୍ଷର ଶିଶୁ ହଜି ଯାଇଥିଲା। ଶିଶୁଟି ପରିବାର ଲୋକଙ୍କ ଠାରୁ କିପରି ଅଲଗା ହୋଇଯାଇଥିଲା, ତାହା କେହି କହିପାରୁ ନାହାନ୍ତି।

ତେବେ ସନ୍ଧ୍ୟା ପର୍ଯ୍ୟନ୍ତ କେହି ନ ଖୋଜି ଥିବାରୁ ସ୍ଥାନୀୟ ଲୋକେ ଶିଶୁକନ୍ୟାକୁ ତିର୍ତ୍ତୋଲ ପୁଲିସକୁ ହସ୍ତାନ୍ତର କରିଥିଲେ। ପରେ ପୁଲିସ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିଲା। ଚାଇଲ୍ଡଲାଇନ୍‌ର ଅଧିକାରୀମାନେ ଜଗତସିଂହପୁରରେ ପରିଚାଳିତ ହେଉଥିବା ଏକ ଆଶ୍ରମରେ ଶିଶୁକନ୍ୟାକୁ ଛାଡ଼ି ଦେଇଛନ୍ତି। ମାତ୍ର ୨ ବର୍ଷର ଶିଶୁ ହୋଇଥିବାରୁ ସେ ନିଜର ପରିଚୟ ଦେଇପାରୁ ନାହିଁ। ଅନ୍ୟପକ୍ଷରେ ଶିଶୁକୁ ଉଦ୍ଧାର କରାଯିବା ନେଇ ଲୋକେ ନାନା ପ୍ରକାରର କଥା କହୁଛନ୍ତି। ଶିଶୁ କନ୍ୟା ବୋଲି କେହି ଜାଣିଶୁଣି ଛାଡି ଦେଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ମକର ସଂକ୍ରାନ୍ତି ଅବସରରେ ଗୋରେଖନାଥ ପୀଠରେ  ପ୍ରବଳ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥିଲେ।