ପାରାଦୀପ: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପାରାଦୀପ ବନ୍ଦରରେ ସୋମବାର ଆଲର୍ଟ ଜାରି କରାଯାଇଛି। ଏହାପରେ ଜଗତସିଂହପୁର ଜିଲ୍ଲାପାଳ ଓ ବନ୍ଦରର ମୁଖ୍ୟଚିକିତ୍ସା ଅଧିକାରୀ ପୋର୍ଟ ହସ୍ପିଟାଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଅନ୍ୟ ପକ୍ଷରେ ପାରାଦୀପ ବନ୍ଦରର ୪ ନମ୍ବର ଗେଟ୍ରେ ସ୍କାନର ଲଗା ଯାଇଛି। ବିଦେଶରୁ ଆସୁଥିବା ଜାହାଜର କର୍ମଚାରୀଙ୍କ ପରୀକ୍ଷା ପରେ ସେମାନଙ୍କୁ ବନ୍ଦର ଅଞ୍ଚଳକୁ ଛଡ଼ାଯିବ। ସେହିପରି କରୋନା ଭୂତାଣୁ ମୁକାବିଲା ପାଇଁ ପୋର୍ଟ ମେଡିକାଲରେ ଏକ ଆଇସିୟୁ ୟୁନିଟ୍ ମଧ୍ୟ ଖୋଲା ଯାଇଛି।
ଓଡ଼ିଶାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି। ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ୱାର୍ଡରେ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଚିକିିତ୍ସା କରିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।ସେହିପରି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବାହାରୁ ଆସୁଥିବା ଯାତ୍ରୀଙ୍କ ବିମାନବନ୍ଦରରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ଭାଇରସର ମୁକାବିଲା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କଟକ ଏସ୍ସିବି ମେଡିକାଲ କଲେଜ ହସ୍ପିଟାଲ୍ ଓ ସମ୍ବଲପୁର ଭିମସାରରେ ସ୍ୱତନ୍ତ୍ର ୱାର୍ଡ ଖୋଲା ଯାଇଛି । କ୍ରମଶଃ କରୋନା ଭାଇରସ ଚୀନରୁ ଅନ୍ୟଦେଶକୁ ବ୍ୟାପୁଥିବାରୁ ଏହା ସମଗ୍ର ପୃଥିବୀର ଚିନ୍ତାର କାରଣ ପାଲଟିଛି।