ଆଞ୍ଚଳିକ କର୍ମଚାରୀ ଭବିଷ୍ୟନିଧି ସଂଗଠନ କର୍ମଚାରୀ ସଂଘର ନିର୍ବାଚନ ଅନୁଷ୍ଠିତ

ଓଡିଶା ମହାନଗର ରାଜ୍ୟ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ଆଞ୍ଚଳିକ କର୍ମଚାରୀ ଭବିଷ୍ୟନିଧି ସଂଗଠନ କର୍ମଚାରୀ ସଂଘର ୨୦୨୦-୨୨ ପାଇଁ ୧୭ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହରଚାନ୍ଦ ସାମଲ ଉପଧାକ୍ଷ, ରବି ନାରାୟଣ ବେହେରା ସାଧାରଣ ସମ୍ପାଦକ, ବଂଶୀଧର ମୁଦୁଲି ସହ ସମ୍ପାଦକ, ପ୍ରସନ୍ନ କୁମାର ମହାନ୍ତି କୋଷାଧକ୍ଷ ଓ ରଘୁନାଥ ମହାରଣା ସହ-କୋଷଧକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଏଥି ସହିତ ସଙ୍ଘକୁ ସହଯୋଗ କରିବା ପାଇଁ କାର୍ଯ୍ୟନିର୍ବାହୀ ସଦସ୍ୟ ମାନେ ମଧ୍ୟ ନିର୍ବାଚିତ ହୋଇଛନ୍ତି।

ଉକ୍ତ ସଂଘ କାର୍ଯ୍ୟାଳୟ ରେ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଏକତା, ଉଚ୍ଚ ଅଧିକାରୀ ମାନଙ୍କ ସହ ସୁସମ୍ପର୍କ ଏବଂ ସର୍ବୋପରି କାର୍ଯ୍ୟାଳୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ ବାତାବରଣ ସୃଷ୍ଟି କରିବା ପାଇଁ ସଂକଳ୍ପ ବଦ୍ଧ । ଏକ ସୁସ୍ଥ ଏବଂ ମଜଭୁତ କର୍ମଚାରୀ ସଂଘ ଭବିଷ୍ୟନିଧି ସଂଗଠନର ସଦସ୍ୟମାନଙ୍କୁ ଉତ୍ତମ ସେବା ଦେଇପାରିବେ, ଏଥି ସହ ଜନସାଧାରଣରେ ଭବିଷ୍ୟନିଧି ସଂଗଠନର ଭାବ ମୂର୍ତ୍ତିକୁ ସୁଢଳ କରିବାରେ ସହଜ୍ୟକରିବ ବୋଲି ସେମାନେ ମତ ଦେଇଛନ୍ତି ।