ମୋ ସରକାର କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରୁଛନ୍ତି ରାୟଗଡା ଜିଲ୍ଲାପାଳ

ଓଡିଶା ରାଜ୍ୟ ରାୟଗଡା

ରାୟଗଡା : (ଗୁରୁ ପ୍ରସାଦ ସାହୁ ) ରାଜ୍ୟ ସରକାର ଙ୍କ ମୋ ସରକାର କାର୍ଯ୍ୟ କୁ କାର୍ଯ୍ୟକାରୀ କରିବାରେ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଅଣ୍ଟା ଭିଡି ଥିବା ଦେଖିବାକୁ ମିଲିଛି । ବୁଧବାର ରାୟଗଡା ବ୍ଳକ କାର୍ଯ୍ୟାଳୟ କୁ ଭ୍ରମଣ କରି ବ୍ଳକ ର କାର୍ଯ୍ୟ କିପରି ଚାଲୁଛି, ବ୍ଳକ କୁ ଆସୁଥିବା ହିତା ଧିକାରୀ ଙ୍କ ସମସ୍ୟା କିପରି ସମାଧାନ ହୋଇଛି ସେଥି ପ୍ରତି ଗୁରୁତର ସହ ଧ୍ୟାନ ଦେବା ପାଇଁ ବ୍ଳକ ବିଡ଼ିଓ ଓ କର୍ମଚାରୀ ଙ୍କୁ ଜିଲ୍ଲାପାଳ ସୂଚାଇ ଥିଲେ | ଗୁରବାର ରାୟଗଡ଼ା ସ୍ଥିତ ସବ୍ ରାଜିଷ୍ଟ୍ରାର ଅଫିସ କୁ ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ପରିଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ |ା ଜିଲ୍ଲାପାଳ ଆସୁଥିବା ଜନ ସାଧାରଣ କିପରି ଉତମ ସେବା ପାଇ ପାରିବେ ସେଥି ପ୍ରତି ଦୃଷ୍ଟି ଦେବା ପାଇଁ କାର୍ଯ୍ୟରତ ଅଧିକାରୀ ଙ୍କୁ ଆଦେଶ ଦେଇ ଥିଲେ