ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ।

ବୃଷ: ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି।

ମିଥୁନ: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ଶୁଭଫଳ ବୃଦ୍ଧି ହେବ। ଆପଣଙ୍କୁ ଭଲ ସୁଯୋଗ ମିଳିପାରେ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।

କର୍କଟ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସି˚ହ: ଜୀବନର ସଫଳତା ଲାଗି ଦିନଟିଏ। ଅଯଥା ଚିନ୍ତାରୁ ମୁକ୍ତି ପାଇବେ। ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ।

କନ୍ୟା: ବେପାରରେ ମନପ୍ରାଣ ଢ଼ାଳି କାମ କରିବା ହେତୁ ଯଥେଷ୍ଟ ଲାଭ ପାଇବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନାର ସମ୍ଭାବନା ଅଛି।

ତୁଳା: ଶକ୍ତିବାନ ଅନୁଭବ କରିବେ। ପରିଶ୍ରମର ତୁରନ୍ତ ଫଳ ମିଳିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ହେବ। ପ୍ରେମରେ ସଫଳତା ପାଇବେ।

ବିଛା: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣଙ୍କୁ ଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ରାଜନୀତିରେ ଯୋଗାଯୋଗ ଭଲ ରହିବ।

ଧନୁ: କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରିୟ ବନ୍ଧୁଙ୍କ ସହିତ ହସଖୁସିର ସମୟ କଟିବ। ଆର୍ଥିକ ସ୍ଥିତି ଭଲ ରହିବ।

ମକର: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଭଲ ରହିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

କୁମ୍ଭ: ଆପଣଙ୍କ ପ୍ରୟାସ ଲାଭଦାୟକ ପ୍ରମାଣିତ ହେବ। ରାଜ୍ୟ ବାହାରକୁ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ମୀନ: ସକାରାତ୍ମକ ଭାବନା ବଜାୟ ରଖନ୍ତୁ। ଧୈର୍ୟ୍ୟଧରି କାମ କଲେ ସଫଳ ହେବେ। ସରକାରୀ କ୍ଷେତ୍ରରୁ ଲାଭ ମିଳିପାରେ।