ଆଜିର ରାଶିଫଳ

ରାଶିଫଳ

ମେଷ: ସୃଜନଶୀଳ ବ୍ୟକ୍ତିବିଶେଷଙ୍କ ଲାଗି ସଫଳତାର ଦିନଟିଏ। ସମ୍ବନ୍ଧକୁ ମଜଭୁତ କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଲାଭ ମିଳିବ।

ବୃଷ: ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ। କାର୍ୟ୍ୟଶୈଳୀରେ ପରିବର୍ତ୍ତନ ଆସିବ। ରାଜନୀତି କର୍ମୀମାନେ ସେବା କାର୍ୟ୍ୟ କରିବେ।

ମିଥୁନ: ଦିନଟି ଆପଣଙ୍କ ଲାଗି ଉତ୍ତମ। ବ୍ୟବସାୟରେ ଲାଭ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

କର୍କଟ: ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ଶାନ୍ତି ବଜାୟ ରହିବ। ପ୍ରଭୁଙ୍କ ସ୍ମରଣରେ କଷ୍ଟ ଲାଘବ ହେବ।

ସି˚ହ: ଆପଣଙ୍କର ଧୈର୍ଯ୍ୟର ପରୀକ୍ଷା ହେବ। ଗୋଟିଏ କ୍ଷେତ୍ରରେ ନିଜକୁ ସୁଦକ୍ଷ କରିବାକୁ ଚେଷ୍ଟା କରନ୍ତୁ, ସଫଳତା ପାଇବେ। ସୁସମ୍ବାଦ ମିଳିପାରେ।

କନ୍ୟା: କ୍ୟାରିୟରରେ ପରିବର୍ତ୍ତନ ହେବ। ଖର୍ଚ୍ଚ କମ୍ କରନ୍ତୁ। ଛାତ୍ରଙ୍କୁ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ।

ତୁଳା: ଆତ୍ମବିଶ୍ବାସ ବଢ଼ାଇବାକୁ ପ୍ରୟାସ କରନ୍ତୁ। କାରବାରରେ ଲାଭ ହୋଇପାରେ। ପୁରୁଣା ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବ।

ବିଛା: ନୂଆ କାର୍ୟ୍ୟରେ ରୁଚି ବଢ଼ିବ। ସାମାଜିକ କାର୍ୟ୍ୟ ଦ୍ବାରା ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ। ପରିବାରରେ ସୁଖ ଶାନ୍ତି ବଢ଼ିବ।

ଧନୁ: ରାଜନୀତିରେ ଥିବା ବ୍ୟକ୍ତିବିଶେଷ ସମାଜସେବାରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ସ୍ବାସ୍ଥ୍ୟ ଭଲ ରହିବ।

ମକର: ଘରେ ପୂଜାର୍ଚ୍ଚନା କରନ୍ତୁ, ମନୋବଳ ବଢ଼ିବ। ମହିଳାମାନଙ୍କର ରାନ୍ଧଣା ଖୁବ୍ ସ୍ବାଦିଷ୍ଠ ହେବ। ଛାତ୍ରଛାତ୍ରୀ ଅଧ୍ୟୟନ ନେଇ ଚିନ୍ତିତ ରହିବେ।

କୁମ୍ଭ: ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ହେବ। ବ୍ୟବସାୟ ସମ୍ପର୍କରେ ଭଲ ଖବର ମିଳିପାରେ।

ମୀନ: ଭଲ କାମରେ ସମ୍ବଳ ବିନିଯୋଗ କରିବେ। ବ୍ୟବସାୟ ବିସ୍ତାର ପାଇଁ ସୁଯୋଗ ରହିଛି। ଛାତ୍ରଙ୍କୁ ପାଠପଢ଼ାରେ ଶିକ୍ଷକଙ୍କ ସହଯୋଗ ମିଳିବ।