ଆଜିର ରାଶିଫଳ

ରାଶିଫଳ

ମେଷ: ଆପଣଙ୍କ ଯୋଜନାରେ ଅନ୍ୟମାନେ ସହମତ ହେବେ। ବ୍ୟବସାୟରେ ଅଚାନକ ଲାଭ ହୋଇପାରେ। ବହୁଦିନ ପରେ ପୁରୁଣା ବନ୍ଧୁଙ୍କ ସହ ବାର୍ତ୍ତାଳାପ ହେବ।

ବୃଷ: ସକରାତ୍ମକ ପରିବର୍ତ୍ତନ ଦ୍ବାରା ଜୀବନ ସରଳ ହେବ। ଆଜି କରିଥିବା କାମରୁ ଭବିଷ୍ୟତ୍‍ରେ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ।

ମିଥୁନ: ପରିବାର ସହିତ ଅଧିକ ସମୟ ବିତେଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ।

କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ଶ୍ରଦ୍ଧା ବଢ଼ିବ। ଆପଣଙ୍କ ପାଇଁ ନୂଆ ସୁଯୋଗ ରହିଛି। କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ।

ସି˚ହ: ସଠିକ୍‌ ପଦକ୍ଷେପ ନେବା ସହଜ ହେବ। ଅଫିସରେ ନୂଆ ଯୋଜନା କରିବେ। ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ।

କନ୍ୟା: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ଆପଣଙ୍କୁ ବଡ଼ କ˚ପାନି ସହ ଚୁକ୍ତିର ସୁଯୋଗ ମିଳିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହ ସୁଖଦ ସମୟ ବିତାଇବେ।

ତୁଳା: ଆପଣଙ୍କର ଦାୟିତ୍ବ ବୃଦ୍ଧି ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ।

ବିଛା: ନକରାତ୍ମକ ଚିନ୍ତାଧାରା ସମାପ୍ତ ହେବ। ଆପଣଙ୍କୁ କୌଣସି ନୂଆ ଜିନିଷ ଶିଖିବାର ସୁଯୋଗ ମିଳିବ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ।

ଧନୁ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ ବିଶ୍ବାସ ଜିଣିବାରେ ସଫଳ ହେବେ। ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ।

ମକର: ସମୟରେ କାର୍ଯ୍ୟ ପୂରା ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଚାକିରିରେ ବିଶେଷ ଦାୟିତ୍ବ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ।

କୁମ୍ଭ: ଆଜି ଆପଣଙ୍କର ଉତ୍ସାହ ବଢ଼ିବ। ଆପଣଙ୍କୁ କାମ ଓ ପରିଶ୍ରମର ପୂରା ଲାଭ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ।

ମୀନ: ଆପଣ ଉତ୍ତମ ବ୍ୟବହାର ଦ୍ବାରା ଲୋକଙ୍କ ହୃଦୟ ଜିଣିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ମିଳିବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ।