ଆଜିର ରାଶିଫଳ

ରାଶିଫଳ

ମେଷ: କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ଅନୁଭବୀଙ୍କ ମତ ନିଅନ୍ତୁ, କାର୍ଯ୍ୟରେ ସଫଳ ହେବେ। ବ୍ୟବସାୟରେ ପୁଞ୍ଜି ଲଗାଉଥିଲେ ସତର୍କ ରହନ୍ତୁ।

ବୃଷ: ଯୋଗ୍ୟତା ଅନୁସାରେ କାମ ମିଳିବ। ପୁରୁଣା ଗ୍ରାହକଙ୍କ ସହିତ ସାକ୍ଷାତ୍‌ ଓ ଆଲୋଚନା ହେବ। ପ୍ରେମ ସ˚ପର୍କରେ ମଧୁରତା ବୃଦ୍ଧି।

ମିଥୁନ: ବିରୋଧୀଙ୍କୁ ପରାସ୍ତ କରିବେ। ବନ୍ଧୁଙ୍କ ସହିତ ସଂପର୍କ ଭଲ ରହିବ। ଖାଦ୍ୟ-ପାନୀୟ ପ୍ରତି ସଜାଗ ରହନ୍ତୁ।

କର୍କଟ: ଆପଣଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ରହିବେ। ମନସ୍କାମନା ପୂରଣ ହେବ। ବ୍ୟାବସାୟିକ କାର୍ଯ୍ୟରେ ଉଚିତ ପଦକ୍ଷେପ ନେବେ। ଅଫିସରେ ସମ୍ମାନ ବଢ଼ିବ।

ସି˚ହ: ଦୁଶ୍ଚିନ୍ତା ଦୂର ହେବ। ଇଲେଟ୍ରୋନିକ୍ସ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ଉନ୍ନତିର ସୁଯୋଗ। କୃଷି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭର ସୁଯୋଗ।

କନ୍ୟା: କାମରେ ସଫଳତା ମିଳିବ। ଅଚାନକ ଧନଲାଭ। ନୂଆ କାରବାରରେ ପୁଞ୍ଜି ନିବେଶ ପାଇଁ ବିଚାର କରିବେ। ପ୍ରେମ ସଂପର୍କ ବଢ଼ିବ।

ତୁଳା: ପରିବାର ଓ ଆର୍ଥିକ ଉନ୍ନତିରେ ଅଧିକ ଧ୍ୟାନ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଓ ଆଲୋଚନା ହେବାର ସମ୍ଭାବନା। ଅଫିସରେ ସ୍ଥଗିତ କାମ ପୂରା ହେବ।

ବିଛା: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ବ୍ୟବସାୟରେ ପୁଞ୍ଜି ନିବେଶ ପାଇଁ ଦିନଟି ଉତ୍ତମ। ଦାଂପତ୍ୟ ସମ୍ବନ୍ଧରେ ମଧୁରତା ବୃଦ୍ଧି।

ଧନୁ: ଆତ୍ମସମୀକ୍ଷାରେ ସମୟ ବିତିବ। ଈଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁକିଛି ଠିକ୍‌ ହୋଇଯିବ। ବ୍ୟାବସାୟିକ ପରିସର ବୃଦ୍ଧି। ବୈବାହିକ ଜୀବନ‌ରେ ସୁଖ।

ମକର: ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେ‌େବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବା ଲାଗି ବିଚାର କରିବେ। ପାରିବାରିକ ଜୀବନରେ ସୁଖ-ଶାନ୍ତି ବଜାୟ ରହିବ।

କୁମ୍ଭ: ପ୍ରଗତି ପଥରେ ଅଗ୍ରସର ହେବେ। ବିରୋଧୀଙ୍କ ଷଡ୍‌ଯନ୍ତ୍ର ବିଫଳ ହେବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଦିନଟି ଭଲ।

ମୀନ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ଯୋଜନା କରିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ଭଲ ଖବର ମିଳିବାର ସମ୍ଭାବନା। ଛାତ୍ରଙ୍କୁ ସଫଳତା ମିଳିବ।