ଆଜିର ରାଶିଫଳ

ରାଶିଫଳ

ମେଷ: ଅଧିକ ପରିଶ୍ରମ ଦ୍ବାରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବୈଦେଶିକ ବ୍ୟାପାରରେ ଭଲ ଖବର ପାଇବେ। ଖର୍ଚ୍ଚ ବଢ଼ିବ।

ବୃଷ: ଆପଣଙ୍କ ରଚନାତ୍ମକ କାର୍ଯ୍ୟ ସଫଳ ହେବ। ଭଲ ଚାକିରିର ସୁଯୋଗ ଆସିପାରେ। ବନ୍ଧୁଙ୍କ ସହ ଘନିଷ୍ଠତା ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ମିଥୁନ: ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂଆ ଅନୁବନ୍ଧ ହୋଇ ପାରେ। ଘରୋଇ ଜୀବନରେ ସ୍ନେହପୂର୍ଣ୍ଣ ବାତାବରଣ ରହିବ।

କର୍କଟ: ପ୍ରଭୁଙ୍କ ସ୍ମରଣରେ ମନ ସକରାତ୍ମକ ହେବ। କୌଣସି ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ପାଇବେ। ଅଫିସରେ କାମ ଠିକ୍ ଦିଗରେ ଆଗେଇବ।

ସି˚ହ: ବୟୋଜ୍ୟେଷ୍ଠଙ୍କ ମତ ଗ୍ରହଣ କରନ୍ତୁ, ଭଲ ହେବ। ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ବିବାହିତଙ୍କ ଲାଗି ଦିନଟି ସୁଖଦ ରହିବ।

କନ୍ୟା: ଆପଣଙ୍କ ପାଇଁ ଦିନଟି ହର୍ଷ ଉଲ୍ଲାସ ଭରା ରହିବ। ନୂଆ କାମରେ ଆଗ୍ରହୀ ହେବେ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ତୁଳା: ରାଜନୀତିରେ ଥିବା ବ୍ୟକ୍ତିମାନେ ରାଜ୍ୟ ବାହାରକୁ ଯାତ୍ରା କରିବେ। ନୂଆ ସୁଯୋଗର ସମ୍ଭାବନ ଅଛି। ବ୍ୟବସାୟରେ ଆଶାତୀତ ଲାଭ ପାଇବେ।

ବିଛା: କାମରେ ଉତ୍ସାହ ରହିବ। ବ୍ୟବସାୟରେ ଆମଦାନି ବଢ଼ିବ। ଆପଣଙ୍କ ଜୀବନକୁ ଉନ୍ନତ କରିବା ପାଇଁ ପ୍ରୟାସ କରିବେ।

ଧନୁ: ଦିନଚର୍ଯ୍ୟାରେ ପରିବର୍ତ୍ତନ କରି ପାରନ୍ତି। ଆପଣଙ୍କୁ ପରିଶ୍ରମର ସୁଫଳ ମିଳିବ। କାହାରିକୁ ଅଧିକ ଭରସା କରନ୍ତୁ ନାହିଁ।

ମକର: କ୍ୟାରିୟରରେ ସୁବର୍ଣ୍ଣ ସୁଯୋଗ ପାଇବେ। ଗଣମାଧୢମରେ କାମ କରୁଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ସାହିତ୍ୟରେ ରୁଚି ବଢ଼ିବ।

କୁମ୍ଭ: ଆପଣଙ୍କର ଅର୍ଥ ଚିନ୍ତା ଦୂର ହେବ। ଅଫିସରେ ପ୍ରଶ˚ସା ମିଳିବ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ।

ମୀନ: ଗୋଟିଏ ଦିଗରେ ପ୍ରୟାସ କରନ୍ତୁ, ଯଥେଷ୍ଟ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କ କଥାକୁ ମହତ୍ତ୍ବ ଦେବେ। ସ୍ବାଦିଷ୍ଟ ଖାଦ୍ୟ ଭୋଜନ କରିବେ।