ଆଜିର ରାଶିଫଳ

ରାଶିଫଳ

ମେଷ: ମନ ଉତ୍ସାହିତ ରହିବ। ଭଲ କାମ ପାଇଁ ନିଜ କାର୍ଯ୍ୟାଳୟରେ ପ୍ରଶଂସିତ ହେବେ। ବ୍ୟାବସାୟିକ ନିଷ୍ପତ୍ତିରୁ ଲାଭ ମିଳିବ।

ବୃଷ: ସାମାଜିକ ମାନ-ସମ୍ମାନ ପାଇବେ। କାମର ଗତି ବଢ଼ିବ। ସନ୍ତାନଙ୍କ ଠା‌ରୁ ଖୁସି ଖବର ମିଳିବ।

ମିଥୁନ: କାମରେ ସଫଳତା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ଅନ୍ୟମାନଙ୍କ ସହିତ କଥା ହେବାବେଳେ ସାବଧାନ ରହନ୍ତୁ। ବ୍ୟାବସାୟିକ କାମରେ ଦୂର ଯାତ୍ରା।

କର୍କଟ: ସମାଜରେ ମାନ-ସମ୍ମାନ ବଜାୟ ରହିବ। ବେପାରରେ ଫାଇଦା। ଭୂସ˚ପତ୍ତି ମାମଲାରେ ବଡ଼ ଫଇସଲା ହୋଇପାରେ।

ସି˚ହ: ମନୋବଳ ଦୃଢ଼ ରହିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟର ସମାଧାନ ବାହାରକରିବେ। ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ପାଇଁ ଦିନଟି ଭଲ।

କନ୍ୟା: କୌଣସି ପୁରୁଣା ଘରୋଇ ସମସ୍ୟାର ସମାଧାନ ବାହାରିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ।

ତୁଳା: ନିଜକୁ ପରିବର୍ତ୍ତନ ଲାଗି ଦିନଟି ଭଲ। ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନେବା ଦରକାର। ଅର୍ଥଶାସ୍ତ୍ର ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଅନ୍ୟକୁ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବୁଝାଇବାରେ ସଫଳ ହେବେ। ରାଜନୀତିରେ ମନୋକାମନା ପୂର୍ଣ୍ଣ ହେବ। ବ୍ୟାବସାୟିକ କାର୍ଯ୍ୟରେ ଦୂର ଯାତ୍ରା ସଫଳ ହେବ।

ଧନୁ: ସପରିବାର ଠାକୁର ଦର୍ଶନ ପାଇଁ ଯିବେ। ମାତା-ପିତାଙ୍କ ଠାରୁ ଆଶୀର୍ବାଦ ମିଳିବ। ଉପରିସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ବିଦେଶ ଯିବାର ସମ୍ଭାବନା।

ମକର: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ଦିନଟିଏ। ଦୀର୍ଘ ଦିନର ଚିନ୍ତା ଦୂର ହେବ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିପାରେ।

କୁମ୍ଭ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବ୍ୟବସାୟ କ୍ଷେତ୍ରରେ କୌଣସି ବଡ଼ ସଉଦା କରିବେ। ଘରକୁ କୁଣିଆ ଆସିପାରନ୍ତି।

ମୀନ: ପୁରୁଣା ସଂପର୍କରୁ କାର୍ଯ୍ୟକ୍ଷେତ୍ରରେ ଫାଇଦା ମିଳିବ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ବିବାହିତଙ୍କ ଲାଗି ଦିନଟି ଭଲ।