ଆଜିର ରାଶିଫଳ

ରାଶିଫଳ

ମେଷ: ରାଜନୀତିରେ ମନୋକାମନା ପୂରା ହେବ। ବ୍ୟବସାୟରେ ଅଟକିଥିବା ଟଙ୍କା ପାଇବେ। ସାଥୀଙ୍କ ସହ ବୁଲିବାକୁ ଯିବେ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ।

ବୃଷ: ବ୍ୟବସାୟରେ ଲାଭ ପାଇଁ ନୂଆ ଚୁକ୍ତିନାମା ହେବ। ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଓ ଶାନ୍ତି ବଢ଼ିବ।

ମିଥୁନ: ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସନ୍ତାନଙ୍କ ପକ୍ଷରୁ ଶୁଭ ସୂଚନା ମିଳିବ।

କର୍କଟ: ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିପାରେ। ପ୍ରେମରେ ସଫଳ ହେବେ।

ସି˚ହ: ମିତ୍ରଙ୍କ ସହାୟତାରେ ଜରୁରୀ କାମ ସ˚ପୂର୍ଣ୍ଣ ହେବ। ଅଧିକାରୀବର୍ଗଙ୍କ ଲାଗି ଦିନଟି ଲାଭପ୍ରଦ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ।

କନ୍ୟା: ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣକରିବେ। ବ୍ୟବସାୟରେ ନୂଆ ଅନୁବନ୍ଧ ହେବ। ଛାତ୍ରମାନେ କୌଣସି ନୂଆ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

ତୁଳା: ମଉଜ ମଜଲିସ ଲାଗି ଅବସର ମିିଳିବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ପ୍ରଶଂସିତ ହେବେ।

ବିଛା: ଅନ୍ୟ ଉପରେ ଭରସା କରନ୍ତୁ ନାହିଁ, ଅଶାନ୍ତି ବଢ଼ିବ। ଜୀବନରେ କୌଣସି ପରିବର୍ତ୍ତନ ପାଇଁ ବିଚାର କରିବେ। ଛାତ୍ରୀଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ।

ଧନୁ: ଉନ୍ନତିର ନୂଆ ସାଧନ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ। ଘରେ ଛୋଟ ସମାରୋହର ଆୟୋଜନ କରିପାରନ୍ତି।

ମକର: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ସଫଳ ହେବେ।

କୁମ୍ଭ: ଆଜି କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହୋଇପାରେ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ମନ୍ଦିର ସଫାସୁତୁରାରେ ଆପଣଙ୍କର ସହଯୋଗ ଦିଅନ୍ତୁ।

ମୀନ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଆଶା ପୂରା କରିବାରେ ସଫଳ ହେ‌େବ। ଜୀବନସାଥୀଙ୍କ ବ୍ୟବହାରରେ ପ୍ରସନ୍ନ ରହିବେ।