ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ବ୍ୟକ୍ତିଗତ କାମରେ ଭାଇ ଭଉଣୀଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ପାଇଁ ଦିନଟି ଉତ୍ତମ।

ବୃଷ: ସ୍ବପ୍ନର ଦୁନିଆରେ ବିଚରଣ କରିବେ। ବେପାର ସ˚ପର୍କରେ ଭଲ ଖବର ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମ ପ୍ରତି ବହୁତ ଖୁସି ରହିବେ।

ମିଥୁନ: ଆପଣଙ୍କର ଭଲ ବ୍ୟବହାର ବଳରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସହିତ ସ˚ପର୍କ ବଢ଼ିବ। ପରିବାରରେ ସୁଖ ଶାନ୍ତି ବଢ଼ିବ।

କର୍କଟ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ମଧ୍ୟ କିଛି କରିପାରିବେ ନାହିଁ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି।

ସି˚ହ: ଆପଣଙ୍କର ଧୢାନ ଆଧୢାତ୍ମିକ ଦିଗରେ ରହିବ। ନେତାଙ୍କ ସହିତ ସ˚ପର୍କ ହେବ। ଧନଲାଭର ନୂଆ ରାସ୍ତା ଖୋଲିବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମଳିବ।

କନ୍ୟା: ଆପଣଙ୍କ ଆଖପାଖରେ ଆନନ୍ଦଦାୟକ ପରିବେଶ ରହିବ। ବ୍ୟବସାୟରେ ଲାଭ କମ୍‌ ମିଳିପାରେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ତୁଳା: ଆପଣଙ୍କ ଉଦାର ସ୍ବଭାବ ଲୋକମାନଙ୍କୁ ପ୍ରଭାବିତ କରିପାରେ। ଆୟ ପାଇଁ ନୂଆ ମାର୍ଗ ଉନ୍ମୁକ୍ତ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ଖୁସି ବଢ଼ିବ।

ବିଛା: ବ୍ୟବସାୟରେ ନୂଆ ସମ୍ଭାବନା ତଲାସ କରିବେ। ସରକାରୀ ଚାକିରିଜୀବୀଙ୍କୁ ଲାଭ ମିଳିପାରେ। ବନ୍ଧୁମାନଙ୍କ ସହିତ ମିଶି ହାଲୁକା ଅନୁଭବ କରିବେ।

ଧନୁ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବହୁ ଦିନର ଇଚ୍ଛା ପୂରଣ ହୋଇପାରେ। ବ୍ୟବସାୟରେ ଧନଲାଭ ହେବ। ନୂଆ ସାମଗ୍ରୀ କିଣିବା ଲାଗି ସମୟ ଶୁଭ।

ମକର: ରାଜନେତାମାନେ ଅଧିକ ସମୟ ଚିନ୍ତିତ ରହିବେ। କାହାରିକୁ ସହଜରେ ବିଶ୍ବାସ କରନ୍ତୁ ନାହିଁ। ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଁ କାମ ଅଧାରେ ରହିଯିବ।

କୁମ୍ଭ: ଆୟ ଲାଗି ନୂଆ ସୁଯୋଗ ମିଳିବ। ଆପଣ ଲୋକମାନଙ୍କ କଥା ଶୁଣିବାକୁ ପସନ୍ଦ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ।

ମୀନ: ପରିବାର ଲୋକଙ୍କ ସ୍ନେହ ଓ ସହଯୋଗ ପାଇବେ। କଠିନ ମନେ ହେଉଥିବା କାର୍ଯ୍ୟ ସହଜରେ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ।