ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ବିଭିନ୍ନ ଦିଗରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ଅଭିବୃଦ୍ଧି ଘଟିବ। ବାଣିଜ୍ୟ କାରବାର ଲାଭଜନକ ହେବ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଚିନ୍ତାଧାରାରେ ନୂତନତ୍ବ ଦେଖା ଦେବ। ସାଧୁସଙ୍ଗ ମିଳିବ। ନୀତିନିଷ୍ଠ ଭାବେ ଶ୍ରେଷ୍ଠତ୍ବ ଲାଭ ହେବ।

ବୃଷ: କର୍ତ୍ତବ୍ୟନିଷ୍ଠ ହେବେ। ମନରେ ଉଦ୍‌ବେଗ ଜାତ ହୋଇପାରେ। ଜ୍ଞାନ-ଗରିମା ବୃଦ୍ଧି ହେବ। କର୍ମକ୍ଷେତ୍ର, ସାମାଜିକ କ୍ଷେତ୍ରରେ ପ୍ରଭାବଶାଳୀ ହେବେ। ସ୍ବାଭିମାନୀ ହୋଇପାରନ୍ତି। ସତ୍ୟବାଦୀ, ପଣ୍ଡିତ ଓ ଭାଗ୍ୟବାନ୍‌ ହେବେ।

ମିଥୁନ: ମାଙ୍ଗଳିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ମେଧାବୀ ହେବେ। ଅଷ୍ଟମ ଚନ୍ଦ୍ର ଓ ଘାତ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ରହିବେ।

କର୍କଟ: କାର୍ଯ୍ୟରେ ଆଗ୍ରହୀ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ସୁଖ-ସନ୍ତୋଷ ଲାଭ କରିବେ। ଭାଗ୍ୟୋନ୍ନତି ହେବାର ସୂଚନା ମିଳୁଛି। ଜିତେନ୍ଦ୍ରିୟ ଓ ପୂଜିତ ହେବେ।

ସିଂହ: ଆଶା କରୁଥିବା କାର୍ଯ୍ୟ ହସ୍ତଗତ ହୋଇପାରେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ବିଧି-ବିଧାନରେ ପରିଚାଳିତ ହେବେ। ସୁଶୀଳ ହେବେ। ନିର୍ଭୟରେ କାର୍ଯ୍ୟ କରିପାରନ୍ତି। ପ୍ରଫୁଲ୍ଲ ରହିବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ବିବାଦୀୟ ପରିସ୍ଥିତି ଉପୁଜିପାରେ। ଚିନ୍ତିତ ହୋଇପାରନ୍ତି। ଉନ୍ନତ ମାନସିକତା ନେଇ କାର୍ଯ୍ୟ କରିବେ। ଖ୍ୟାତି ଅର୍ଜନ କରିବେ। ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ। ଶତ୍ରୁ ଦମନ କରିବେ। ଧନଲାଭ ହେବ।

ବିଛା: କର୍ମକ୍ଷେତ୍ର ଶାନ୍ତିଦାୟକ ହେବ। ନିଜ କାର୍ଯ୍ୟରେ ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ବହୁ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ପ୍ରତିଯୋଗିତାରେ ବିଜୟୀ ହେବେ। ସେବାନୁରକ୍ତ ହୋଇପାରନ୍ତି।

ଧନୁ: କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଆନନ୍ଦ. ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି। ସୁଗୁଣ ସମ୍ପନ୍ନ ଓ ଧନବାନ୍‌ ହୋଇପାରନ୍ତି। ସୁବର୍ଣ୍ଣାଦି ପ୍ରାପ୍ତ ହେବେ। ଧନାଗମ ହେବ।

ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବିଭିନ୍ନ ଦିଗରୁ ସହଯୋଗ ମିଳିବ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଚିନ୍ତାଧାରା ମହତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି।

କୁମ୍ଭ: ଯାନବାହନ ସୁଖ ମିଳିପାରେ। ନୂତନ ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି। ଅତିଥି ସତ୍କାରରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆତ୍ମ ସନ୍ତୋଷ ଲାଭ କରିବେ। ମଧୁର ଭାଷା ବ୍ୟବହାର କରି ଅଧସ୍ତନ ସହଯୋଗୀଙ୍କଠାରୁ କାର୍ଯ୍ୟ ହାସଲ କରିପାରନ୍ତି।

ମୀନ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମକ୍ଷେତ୍ର ଉଳମୟ କରିପାରନ୍ତି। ଶାସ୍ତ୍ର ବିଶାରଦ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରି ସନ୍ତୁଷ୍ଟ ହେବେ। ବ୍ୟବସାୟରେ ଅତ୍ୟଧିକ ଲାଭ ମିଳିପାରେ।