ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ସୁସମ୍ବାଦ ପାଇବେ। ବ୍ୟବସାୟରେ ପ୍ରଗତି ହେବ। ପ୍ରେମରେ ସଫଳତା ମିଳିବ।

ବୃଷ: କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ଅଚାନକ ଧନଲାଭ ହେବ। ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବ।

ମିଥୁନ: କିଛି ନୂଆ ଶିଖିବାର ସୁଯୋଗ ମିଳିବ। ପୂର୍ବରୁ କରିଥିବା କାମର ଲାଭ ପାଇବେ। ବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ ବିତିବ।

କର୍କଟ: ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେବେ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଭୂସ˚ପତ୍ତି କିଣିବାର ସମ୍ଭାବନା ରହିଛି।

ସି˚ହ: କାର୍ୟ୍ୟକ୍ଷେତ୍ରରେ ଲାଗି ରହିଥିବା ବିବାଦର ସମାଧାନ ହେବ। ବନ୍ଧୁଙ୍କ ସହ ସମ୍ପର୍କ ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: ନୂଆ କାମ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଛାତ୍ରମାନେ ଲେଖାପଢ଼ାରେ ମନ ଦେବେ।

ତୁଳା: ଆପଣଙ୍କର କ୍ଷମତା ବୃଦ୍ଧି ଫଳରେ ଅନେକ କିଛି ହାସଲ କରିବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ରାଜନୀତିରେ ସମ୍ମାନ ମିଳିପାରେ।

ବିଛା: ଅର୍ଥ ମାମଲାରେ ଆପଣଙ୍କୁ ଲାଭ ମିଳିବ। ବୈଦେଶିକ ବେପାରରେ ବଡ଼ ଚୁକ୍ତି କରିବେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

ଧନୁ: କିଛି ଲୋକଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ। ସମାଜରେ ମାନ ସମ୍ମାନ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମକର: ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ। ବୈବାହିକ ଜୀବନ ଖୁସି ଭରା ରହିବ।

କୁମ୍ଭ: ଅଧୁରା କାମ ପୂରା ହେବ। ବେପାରରେ ଉଚିତ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ। ଚାକିରିଆଙ୍କୁ ଖୁସି ଖବର ମିଳିବ।

ମୀନ: ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କଳା ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମ୍ମାନ ବଢ଼ିବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।