ଆଜିର ରାଶିଫଳ

ରାଶିଫଳ

ମେଷ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ନିଜ କାମରେ ସଫଳତା ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ବୃଷ: ପୁରୁଣା ବନ୍ଧୁ ଆପଣଙ୍କୁ ମନେ ପକାଇବେ। ବ୍ୟବସାୟରେ ବରିଷ୍ଠଙ୍କ ସହଯୋଗ ପାଇବେ। ଅନୁଭୂତି ବଳରେ ଅସୁବିଧାର ସମାଧାନ କରିବେ।

ମିଥୁନ: ସକରାତ୍ମକ ଭାବନା ଦ୍ବାରା ମନର ଭୟ ଦୂର ହେବ। ଜରୁରୀ କାମରେ ପୁରୁଣା ସହଯୋଗୀଙ୍କ ସହାୟତା ପାଇବେ। ସ୍ବାଦିଷ୍ଠ ଖାଦ୍ୟ ଖାଇବେ।

କର୍କଟ: ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ଘରେ ହସଖୁସିର ବାତାବରଣ ରହିବ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ସି˚ହ: ପୂଜାର୍ଚ୍ଚନାରେ ମନ ଲାଗିବ। ରୋଜଗାର ସୁଯୋଗ ମିଳିବାରେ କଷ୍ଟ ହେବ। ରାଜନୀତିରେ ଗୁରୁଦାୟିତ୍ବ ପାଇବେ।

କନ୍ୟା: ଗରିବଙ୍କ ପ୍ରତି ମନରେ ସହାନୁଭୂତି ବଢ଼ିବ। ଲେଖାପଢ଼ାରେ ବ୍ୟସ୍ତ ରହିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ତୁଳା: ଆଜି ଆପଣ ସୁସ୍ଥ ଅନୁଭବ କରିବେ। ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିବ। ପୁରୁଣା ବନ୍ଧୁଙ୍କ ସହ ଭବିଷ୍ୟତ୍ ପାଇଁ ଯୋଜନା କରିବେ।

ବିଛା: ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ବିବାଦ ଠାରୁ ଦୂରରେ ରହନ୍ତୁ। ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ।

ଧନୁ: ବ୍ୟବସାୟୀଙ୍କୁ ନୂଆ ସୁଯୋଗ ମିଳିବ। ସାମାଜିକ କାର୍ୟ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ଛାତ୍ରମାନେ ଅଧିକ ପରିଶ୍ରମ କରିବେ।

ମକର: ମାନସିକ ଶାନ୍ତି ପାଇବା ଲାଗି ଆଧ୍ୟାତ୍ମିକ ପୁସ୍ତକ ପଢ଼ନ୍ତୁ। ଛାତ୍ରମାନେ ପାଠପଢ଼ା ନେଇ ଚିନ୍ତିତ ରହିବେ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।

କୁମ୍ଭ: ସେବା କାର୍ୟ୍ୟ ପାଇଁ ଲୋକଙ୍କ ପ୍ରଶଂସା ପାଇବେ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। ବ୍ୟବସାୟ ପାଇଁ ଦିନଟି ଭଲ ରହିବ।

ମୀନ: ପୁରୁଣା କଥାକୁ ନେଇ ମନ ଅସ୍ଥିର ରହିପାରେ। ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଉପରେ ବିଚାର କରିବେ।