ଜାତୀୟ ଉଦ୍ୟାନ ଭିତରକନିକାର ନୈସର୍ଗିକ ଶୋଭା

ଜାତୀୟ ଉଦ୍ୟାନ ଭିତରକନିକାର ନୈସର୍ଗିକ ଶୋଭା

parjyatan ଓଡିଶା କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟଟନ ବଡ ଖବର ରାଜ୍ୟ

#ଜାତୀୟ_ଉଦ୍ୟାନ_ଭିତରକନିକାର_ନୈସର୍ଗିକ_ଶୋଭା    : ଓଡ଼ିଶାର ଯେଉଁ କେତେକ ପର୍ଯ୍ୟଟନ ସ୍ଥଳ ବିଶ୍ୱ ପ୍ରସିଦ୍ଧିଲାଭ କରିଛି ସେଥି ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଉଦ୍ୟାନ ଅନ୍ୟତମ । ଯାହାର ନୈସର୍ଗିକ ଶୋଭା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ହେନ୍ତାଳବଣ, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ  ପ୍ରତିବର୍ଷ ଭିତରକନିକାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଦେଶ ବିଦେଶରୁ ଆସିଥାନ୍ତି । ଭିତରକନିକା ୧୯୭୫ ମସିହାରୁ ଅଭୟ୍ୟାରଣ୍ୟ  ଓ ୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପରେ ଏହି ପର୍ଯ୍ୟଟନ ସ୍ଥଳ ପର୍ଯ୍ୟଟକ ମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ମୁଖ୍ୟତଃ ନଭେମ୍ବର ମାସରୁ ଫେବୃଆାରୀ ମାସରେ ଏହି ପର୍ଯ୍ୟଟନ ସ୍ଥଳ ବୁଲିବା ପାଇଁ ଉପଯୁକ୍ତ । କିନ୍ତୁ ପର୍ଯ୍ୟଟକ ମାନଙ୍କ ଏଠାରେ ବର୍ଷତମାମ ଭିଡ ଲାଗିଥାଏ।

Image result for vitara kanika which district

ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବୋଟିଂର ମଜା ନେବା ପର୍ଯ୍ୟଟକଙ୍କ ମନରେ ଏକ ନିଆରା ଅନୁଭୂତି ସୃଷ୍ଟି କରିଥାଏ ।  ସବୁ ବର୍ଗର ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ସମସ୍ତ ପ୍ରକାର ସୁବିଧା ରହଛି। ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କ ପାଇଁ ସୋଲାର ଗାଡିର ବ୍ୟବସ୍ଥା କରାଯାଇଛି । ବିଶ୍ରାମାଗାର, ଅତ୍ୟାଧୁନିକ ଶୌଚାଳୟ ଓ ରହିବା ପାଇଁ ସ୍ୱତନ୍ତ୍ର କଟେଜର ବ୍ୟବସ୍ଥା ପର୍ଯ୍ୟଟକମାନଙ୍କୁ ନିଶ୍ଚିନ୍ତରେ ପରିବେଶକୁ ମନଭରି ଉପଭୋଗ କରିବାରେ ସହାୟତା କରିଥାଏ ।

Image result for vitara kanika cottage

କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟ ନୁହେଁ ଦେଶୀ ବିଦେଶୀ ପକ୍ଷୀଙ୍କ ସହ ଗୌରୀ କୁମ୍ଭୀର, ବଉଳା କୁମ୍ଭୀର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ। ଏହାଛଡା ହରିଣ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ପର୍ଯ୍ୟଟକମାନଙ୍କୁ ବିମୋହିତ କରିଥାନ୍ତି। ଏସବୁ ପର୍ଯ୍ୟଟକମାନଙ୍କ ଆନନ୍ଦକୁ ବୁଗୁଣିତ କରିଥାଏ। ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଜମି ରହୁଥିବାରୁ ବନ୍ୟଜୀବଜନ୍ତୁ ଯେପରି କାହାର କିଛି କ୍ଷତି କରିପାରିବେନାହିଁ ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବି କଡାକଡି କରାଯାଇଛି। ବନ୍ୟଜନ୍ତୁ ଓ ପରିବେଶ  ସୁରକ୍ଷା ଦୃଷ୍ଟିରୁ ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଜରି ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରିବା ଓ ଏଣେତେଣ ଫିଙ୍ଗିବାକୁ ଏଠାରେ ବାରଣ କରାଯାଇଛି।

Image result for vitara kanika

ଭିତରକନିକା ଯିବାକୁ ୩ଟି ପ୍ରବେଶ ପଥ ରହିଛି । ଗୁପ୍ତି, ଖୋଳା ଓ ଡାଙ୍ଗମାଳ ବାଟ ଦେଇ ପର୍ଯ୍ୟଟକ ଏଠାକୁ ଯାଇପାରିବେ । ଏହା ଛଡା ଚାନ୍ଦବାଲିରୁ ଜଳପଥ ଦେଇ ଭିତରକନିକାକୁ ଯାଇହେବ।  ଭିତରକନିକା ଅଞ୍ଚଳ ନଦୀନାଳ ଘେରା ହୋଇଥିବାରୁ ବୋଟ ଯୋଗେ ଯାତ୍ରା କରିବାର ନିଆରା ଅନୁଭୂତି ରହିଛି। ଏଥିପାଇଁ ସରକାରୀ ସ୍ତରରେ ୧୧ ଟି ଏବଂ ୫୧ଟି ବେସରକାରୀ ବୋଟ୍‌ର ବ୍ୟବସ୍ଥା କରାଯାଇଛି। ରହିବା ପାଇଁ ଅନଲାଇନ ଓ ଜିରୋ ଆୱାରରେ କଟେଜ ବୁକିଂର ସୁବିଧା ଅଛି ।। ଏହି ପର୍ଯ୍ୟଟନ ସ୍ଥଳରେ ଅନେକ ସମସ୍ୟା ମଧ୍ୟ ଲାଗିରହିଛି ।

Image result for vitara kanika cottage

ଜେଟିରେ ବୟସ୍କ ଲୋକ ଚଢ଼ିବା ଓହ୍ଲେଇବା ପାଇଁ ଅସୁବିଧା ହେଉଥିବା ବେଳେ କଟେଜ ବୁକିଂ ଓ ଖାଦ୍ୟ ପାନୀୟ ଆଦି ମିଳିବାରେ ମଧ୍ୟ ଅସୁବିଧା ପରିଲକ୍ଷିତ ହେଉଛି । ଯାହାର ତୁରନ୍ତ ସମାଧାନ କରାଗଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି  କରିବାରେ ସହାୟକ ହେବା ସହିତ ସ୍ଥାନୀୟ ଅଞ୍ଚଳର ବିକାଶ ମଧ୍ୟ ସମ୍ଭବ ହେବ । ଜେଟି ରେ ବୟସ୍କ ଲୋକଙ୍କ ଯାତାୟତରେ ଅସୁବିଧାକୁ ଦୃଷ୍ଟିରେ ରଖି ନୂଆ ଅତ୍ୟାଧୁନିକ ଫ୍ଲୋଟିଂ ଜେଟି ନିର୍ମାଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଭିତରକନିକାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସରକାର ହାତ ବଢ଼ାଇବାକୁ ସାଧାରଣରେ ଦାବି ହେଉଛି।