୭୦୦ ବୋତଲ ଦେଶୀ ମଦ ଜବତ, ବେପାରୀ ଗିରଫ

୭୦୦ ବୋତଲ ଦେଶୀ ମଦ ଜବତ, ବେପାରୀ ଗିରଫ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#୭୦୦_ବୋତଲ_ଦେଶୀ_ମଦ_ଜବତ       କେନ୍ଦ୍ରାପଡା   :   କରୋନାର ଲକ ଡାଉନରେ ଜନ ସାଧାରଣ ଅସ୍ତବ୍ୟସ୍ତ ଥିବାବେଳେ କେତେକ ଚୋରା ମଦ ବେପାରୀ ଚଳଚଂଚଳ ହୋଇ ପଡିଛନ୍ତି ।ଏହି ମଦ ବେପାରୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକ୍ରିୟ ଥାଇ ମଦ କାରବାର କୁ ଦୁଇ ଗୁଣିତ କରିଛନ୍ତି । ସ୍ଥାନୀୟ ଲୋକ ଏ ସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଅବକାରୀ ବିଭାଗକୁ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ବିଭାଗ ଗୁରୁବାର ଚାନ୍ଦୋଳ ଅଂଚଳର ଭଣଗାଁ ଠାରେ ଚଢାଉ କରି ପୂର୍ଣ୍ଣଚନ୍ଦ୍ର ଦାସ ନାମକ ଜଣେ ମଦ ବେପାରୀକୁ ଗିରଫ କରି ତା ନିକଟରୁ ୨୮ ପେଟି ମଦ ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଛନ୍ତି ।