୫ ଦିନ ଯାଏଁ ଓଡିଶାରେ ରହିବ କାଳବୈଶାଖୀର ପ୍ରଭାବ

୫ ଦିନ ଯାଏଁ ଓଡିଶାରେ ରହିବ କାଳବୈଶାଖୀର ପ୍ରଭାବ

ଓଡିଶା ବଡ ଖବର

#୫_ଦିନ_ଯାଏଁ_ଓଡିଶାରେ_ରହିବ_କାଳବୈଶାଖୀର_ପ୍ରଭାବ         ଭୁବନେଶ୍ୱର   : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ରହିବ । ଏହାର ପ୍ରଭାବରେ ବିଜୁଳି , ଘଡଘଡି ସହ ବର୍ଷା ଏବଂ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ୩୧ ତାରିଖରେ ଉତ୍ତର ଓଡିଶା , ଦକ୍ଷିଣ ଉପକୂଳବର୍ତ୍ତି ଜିଲ୍ଲାର ଅନେକ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକର ଅଳ୍ପ କିଛି ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖାଯିବ । ଏହାସହ ଘଂଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୨ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବାଲେଶ୍ୱର ଓ ଭଦ୍ରକ ।
ଏହି ଜିଲ୍ଲା ଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ମୁଣ୍ଡଳୀ ଠାରେ ସର୍ବାଧିକ ୭୫.୪ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୩୫.୩ ମିମି ବର୍ଷା ;ରେକର୍ଡ କରାଯାଇଥିବା ବେଳେ ଭଦ୍ରକରେ ୩୦.୫ ମିମି ,କେନ୍ଦୁଝରରେ ୨୯.୩ ମିମି, ମୟୁରଭଞ୍ଜରେ ୧୮.୭ ମିମି , ଢେଙ୍କାନାଳରେ ୨୫, କଟକ ୩୩.୯ ,ଖୋର୍ଦ୍ଧା ୧୮.୭ , ପୁରୀ ୨୧.୯ , ଅନୁଗୁଳ ୧୪.୫ ଓ ଦେବଗଡରେ ୧୪.୭ ମିମି ବର୍ଷା ରେକର୍ଡ କରାଯାଇଛି ।