୫ ଦଫା ଦାବି ନେଇ ଆଶା ସାଥିଙ୍କ ବିକ୍ଷୋଭ

୫ ଦଫା ଦାବି ନେଇ ଆଶା ସାଥିଙ୍କ ବିକ୍ଷୋଭ

ଓଡିଶା କେନ୍ଦ୍ରାପଡା ଜିଲ୍ଲା ରାଜ୍ୟ

#୫_ଦଫା_ଦାବି_ନେଇ_ଆଶା_ସାଥିଙ୍କ_ବିକ୍ଷୋଭ    କେନ୍ଦ୍ରାପଡା : ଭାରତୀୟ ମଜଦୁର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶା ସାଥି ସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ଆଶା ସାଥି ୫ ଦଫା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।୨୦୦୬ ମସିହାଠାରୁ ଆଶା ଭାବେ କାର୍ଯ୍ୟ କରି ୨୦୧୩ ମସିହାରୁ ଆଶା ସାଥି ଭାବେ କାର୍ଯ୍ୟ କରି ଆସୁଥିବା ଏହି ସାଥି ମାନଙ୍କୁ କେନ୍ଦ୍ର ସରକାର ୨୦୧୮-୧୯ ମସିହାଠାରୁ ୫ ହଜାର ଟଙ୍କା ଘୋଷଣା କରିବା ପରେ ୨୦୧୯ ଅକ୍ଟୋବରରେ ଏହାକୁ ୬ ହଜାର ଟଙ୍କା ବୃଦ୍ଧି କରିଛନ୍ତି । ପ୍ରକୃତରେ ଆଶା ସାଥି ମାନଙ୍କୁ ୩ ହଜାର ଟଙ୍କା ଦିଆଯାଉଛି । ଆଶା ସାଥି ମାନଙ୍କର ସମସ୍ୟା ସମାଧାନ କରିବା ସହ ୫ ଦଫା ଦାବି ଯଥା ମାସିକ ୬ ହଜାର ଟଙ୍କା ପ୍ରଦାନ, ଆଶାସାଥି ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ୟୁନିଫର୍ମ ଲାଗୁ କରିବା, ଆଶାସାଥି ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ୍ ପ୍ରଦାନ, ୧୩ ବର୍ଷ ଧରି କାର୍ଯ୍ୟ କରି ଆସୁଥିବାରୁ ସେମାନଙ୍କ ପାଇଁ ଇନ୍ସୁରାନ୍ସ ଓ ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯିବା ଆଦି ଦାବି ଗୁଡିକ ରହିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାନେତ୍ରୀ ମଂଜୁଲତା ସାମଲ, ସଂପାଦିକା ରାଜଲକ୍ଷ୍ମୀ ସୁତାର, ମନୋରମା ମହାପାତ୍ର, ମଧୁସ୍ମିତା ଓଝା, ପ୍ରକାଶ କାଣ୍ଡି, ଚନ୍ଦନା ଲେଙ୍କା, ଜ୍ୟୋସ୍ନାରାଣୀ ସିଂଙ୍କ ସମେତ ମଜଦୁର ସଂଘ କର୍ମକର୍ତା ପ୍ରଶାନ୍ତ କୁମାର ତ୍ରିପାଠୀ ଓ ଜିଲ୍ଲା ସଂପାଦିକା ପ୍ରଭାତ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।