୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ସମ୍ପର୍କୀୟ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ସମ୍ପର୍କୀୟ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ

ଓଡିଶା ବଡ ଖବର

#୪୮_ଘଣ୍ଟା_ମଧ୍ୟରେ_କ୍ଷୟକ୍ଷତି_ରିପୋର୍ଟ_ପ୍ରଦାନ_ପାଇଁ_ଜିଲ୍ଲାପାଳ_ମାନଙ୍କୁ_ନିର୍ଦ୍ଦେଶ         ଭୁବନେଶ୍ୱର : ବାତ୍ୟା ଅମ୍ଫନ କାରଣରୁ ବିଭିନ୍ନ ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ବହୁ ସଂଖ୍ୟାରେ ଗଛ ଉପୁଡି ପଡିବା ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ସମ୍ପର୍କୀୟ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆ ଯାଇଛି ।
ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କ୍ଷୟ କ୍ଷତି ସମ୍ପର୍କରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ କୁହା ଯାଇଛି । ବିସ୍ତୃତ ରିପୋର୍ଟ ସେମାନେ ପରେ ପ୍ରଦାନ କରିବେ ।
ଏହି ବାତ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି । ଫଳରେ ଅନେକ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି ।
ସେ କହିଛନ୍ତି ଯେ ୧୨ ଘଣ୍ଟା ମଧ୍ୟରେ ସେସବୁ ସ୍ଥାନରେ ରାସ୍ତା ସଫା କରାଯିବାକୁ ଲକ୍ଷ୍ୟ ରହିଛି । ଯଥାଶୀଘ୍ର ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।